ଚନ୍ଦ୍ରପୃଷ୍ଠରେ ଚାଇନିଜ୍ ଓ ଭାରତୀୟ ରୋଭର ପରସ୍ପରକୁ ଭେଟିବାର ସମ୍ଭାବନା ଅଛି କି? ଜାଣନ୍ତୁ ଉଭୟଙ୍କ ମଧ୍ୟରେ ରହିଛି କେତେ ଦୂରତା

Advertisment
ଚନ୍ଦ୍ରପୃଷ୍ଠରେ ଚାଇନିଜ୍ ଓ ଭାରତୀୟ ରୋଭର ପରସ୍ପରକୁ ଭେଟିବାର ସମ୍ଭାବନା ଅଛି କି? ଜାଣନ୍ତୁ ଉଭୟଙ୍କ ମଧ୍ୟରେ ରହିଛି କେତେ ଦୂରତା

ନୂଆଦିଲ୍ଲୀ: ଭାରତର 'ଚନ୍ଦ୍ରଯାନ- ୩' ମିଶନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିବାର ଏକ ସପ୍ତାହ ବିତିଗଲାଣି। ଚନ୍ଦ୍ରକୁ ଯିବା ‌ପରେ 'ଚନ୍ଦ୍ରଯାନ- ୩'ର ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରୁ ଅନେକ ତଥ୍ୟ ପଠାଉଛି। ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଭାରତର ରୋଭର ବ୍ୟତୀତ ଚୀନର ରୋଭର ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ସକ୍ରିୟ ରହିଛି, ଯାହାର ନାମ 'ୟୁତୁ-୨' ରୋଭର। ଏହାକୁ ଚୀନ୍ ଦ୍ବାରା ୨୦୧୯ରେ ଚନ୍ଦ୍ର ମିଶନ୍ 'ଚାଙ୍ଗ୍ ୪' ଅଧୀନରେ ଚନ୍ଦ୍ରକୁ ପଠାଯାଇଥିଲା। ତେବେ, ଏହି ରୋଭରଟି ଚନ୍ଦ୍ରର ଦକ୍ଷିଣ ମେରୁରେ ନଥିବାରୁ 'ୟୁତୁ-୨' କେଉଁଠାରେ ଅଛି ଏବଂ ଏହା ଭାରତର ରୋଭରଠାରୁ କେତେ ଦୂରରେ ରହିଛି, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ଚୀନ୍ ଏହାର ରୋଭର ବିଷୟରେ ବହୁତ କମ୍ ସୂଚନା ଦେଇଥିବାରୁ 'ୟୁତୁ-୨'କୁ ନେଇ ଅଧିକ ସୂଚନା ଉପଲବ୍ଧ ନାହିଁ। ତେବେ ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଚାଇନାର ରୋଭର ଚନ୍ଦ୍ର ପୃଷ୍ଠରେ ସକ୍ରିୟ ଅଛି। ରିପୋର୍ଟରେ କୁହାଯାଇଛି ଯେ ଚାଇନାର ରୋଭର ଚନ୍ଦ୍ରପୃଷ୍ଠରେ ରାତି ହେଲେ ଏବଂ ତାପମାତ୍ରା ମାଇନସ୍ ୧୭୦ଡିଗ୍ରୀ ସେଲସିୟସ ତଳକୁ ଖସିଗଲେ ବନ୍ଦ ହୋଇଯାଏ ଏବଂ ପୁଣି ଥରେ ଦିନ ହେଲେ ସକ୍ରିୟ ହୁଏ। ଚନ୍ଦ୍ରରେ ଗୋଟିଏ ରାତି ପୃଥିବୀର ପ୍ରାୟ ୧୪ରାତି ସହିତ ସମାନ।

ତେବେ 'ୟୁତୁ-୨' ଓ ପ୍ରଜ୍ଞାନ ରୋଭର ପରସ୍ପରକୁ ଭେଟିବେ କି ନାହିଁ ପ୍ରଶ୍ନ ଉଠୁଥିବା ବେଳେ ଏହା ଅସମ୍ଭବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ଉଭୟ ରୋଭର ମଧ୍ୟରେ ଦୂରତା ୧୯୪୮କିଲୋମିଟର ଥିବା ବେଳେ ଦୁଇଟି ରୋଭର ଅବତରଣ ସ୍ଥଳଠାରୁ ମାତ୍ର କିଛି ମିଟର ଯାଇ ପାର‌ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe