ଚନ୍ଦ୍ରଯାନ-୩ର ସଫଳ ଅବତରଣ: ସାରା ଦେଶ ଉତ୍ସବମୁଖର

Advertisment

ମସ୍କଙ୍କଠୁ ଶକ୍ତିକାନ୍ତଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛାର ସୁଅ

ମସ୍କଙ୍କଠୁ ଶକ୍ତିକାନ୍ତଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛାର ସୁଅ

ଚନ୍ଦ୍ରଯାନ-୩ର ସଫଳ ଅବତରଣ: ସାରା ଦେଶ ଉତ୍ସବମୁଖର

ନୂଆଦିଲ୍ଲୀ: ସାରା ଦେଶ ଆଜି ଉତ୍ସବମୁଖର ହୋଇଉଠିଛି। ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଛନ୍ତି। ବୈଜ୍ଞାନିକମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିବା ବେଳେ ଲୋକମାନେ ରାସ୍ତା ଉପରେ ବାଣ ଫୁଟାଇ ଏବଂ ନାଚି ଗାଇ ଖୁସି ମନାଇଥିଲେ। ସଫଳତା ପରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି। ସ୍କୁଲ୍‌ ପିଲାମାନେ ଆନନ୍ଦରେ ନାଚିଛନ୍ତି। ୱାସିଂଟନ୍‌ ଡିସି ସ୍ଥିତ ଭାରତୀୟ ଦୂତାବାସରେ ବି ଉତ୍ସବ ମନାଯାଇଛି। ଜମ୍ମୁରେ ସିଆରପିଏଫ୍‌ ଯବାନମାନେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇ ନାଚଗୀତରେ ଚନ୍ଦ୍ରଯାନ-୩ ସଫଳତାର ଉତ୍ସବ ମନାଇଛନ୍ତି । ସେହିପରି ବିଭିନ୍ନ ଦଳର ରାଜନେତାମାନେ ବି ଚନ୍ଦ୍ରଯାନ-୩ ସଫଳତା ପାଇଁ ଉତ୍ସବ ମନାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ବିଜେପି ସାଂସଦ ମନୋଜ ତିୱାରୀ କେକ୍‌ କାଟି ଉତ୍ସବ ମନାଇଛନ୍ତି।

publive-image

‘ବନ୍ଦେ ମାତରମ’, ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ କମ୍ପିଲା ଇସ୍ରୋ ମୁଖ୍ୟାଳୟ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଛି। ଏହି ମୁହୂର୍ତ୍ତ ସମଗ୍ର ଭାରତବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଚନ୍ଦ୍ରଯାନ-୩ ସହ ସିଧାସଳଖ ଜଡ଼ିତ ଥିବା ଇସ୍ରୋ ବୈଜ୍ଞାନିକ ଏବଂ ପ୍ରତ୍ୟେକଟି କର୍ମଚାରୀଙ୍କ ପାଇଁ ଏହି ମୁହୂର୍ତ୍ତ ଥିଲା ଅବର୍ଣ୍ଣନୀୟ। ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ବେଙ୍ଗାଲୁରୁ ସ୍ଥିତି ଇସ୍ରୋ ମୁଖ୍ୟାଳୟରେ ଆଜି ଉତ୍ସବର ମାହୋଲ ଖେଳି ଯାଇଛି। ଇସ୍ରୋ ମୁଖ୍ୟାଳୟ ଆଜି ‘ବନ୍ଦେ ମାତରମ’ ଏବଂ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ କମ୍ପି ଉଠିଛି। ମୁଖ୍ୟାଳୟ ବାହାରେ ବେଙ୍ଗାଲୁରୁ ବାସିନ୍ଦା ବାଣ ଫୁଟାଇ ଉତ୍ସବ ମନାଇଛନ୍ତି। ଭାରତ ପ୍ରଥମ ରାଷ୍ଟ୍ରଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ସଫଳ ହୋଇଛି।

ମସ୍କଙ୍କଠୁ ଶକ୍ତିକାନ୍ତଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛାର ସୁଅ

publive-image

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅଭିଯାନ ସଫଳ ହେବାରେ ଶିଳ୍ପ ଜଗତ ଖୁସିରେ ଆତ୍ମହରା ହୋଇପଡ଼ିଛି। ଭାରତୀୟ ମହାକାଶ ଗବେଷଣା ପ୍ରତି‌ଷ୍ଠାନ (ଇସ୍ରୋ)କୁ ଶୁଭେଚ୍ଛା ଜଣାଇବାରେ ଦେଶବିଦେଶର ବହୁ ପ୍ରତି‌ଷ୍ଠିତ ଶିଳ୍ପପତି ଆଗରେ ରହିଛନ୍ତି। ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ, ଆମାଜନ୍‌ର ମୁଖ୍ୟ ଜେଫ୍ ବେଜୋସ୍, ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି, ସିଏଟ୍‌ର ମୁଖ୍ୟ ହର୍ଷ ଗୋଏଙ୍କା, ଏଲ୍‌ଆଣ୍ଡ୍‌ଟି ସିଇଓ ଏସ୍‌ଏନ୍ ସୁବ୍ରମଣ୍ୟମ, ଗୋଦରେଜ୍ ଗ୍ରୁପ୍‌ର ସିଏମ୍‌ଡି ଜାମ୍‌ସିଦ୍‌ ଗୋଦ୍‌ରେଜ୍, ଟାଟା ସନ୍ସ ମୁଖ୍ୟ ଏନ୍ ଚନ୍ଦ୍ରଶେଖରନ, ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ୍‌ ପ୍ରମୁଖ ଶୁଭେଚ୍ଛା ବାର୍ତା ଜଣାଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଇସ୍ରୋକୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ ଇଚ୍ଛାଶକ୍ତି ଓ ସଂକଳ୍ପ ଥିଲେ ଚନ୍ଦ୍ର ବି ଦୂର ନୁହେଁ। ଚନ୍ଦ୍ରଯାନ-୩ ସଫଳତାରୁ ଏହା ପ୍ରମାଣିତ ହୋଇଛି। ଏହି ବିଶେଷ ସଫଳତା ପାଇଁ ସେ ଇସ୍ରୋ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। କଂପାନିଗୁଡ଼ିକ ମଧ୍ୟରେ ଜେପ୍‌ଟୋ, ଜୋମାଟୋ, ବ୍ଲିଙ୍କଇଟ୍‌, ଗୁଗୁଲ୍ ଇଣ୍ଡିଆ ଆଦି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe