ଜହ୍ନ ରାଇଜକୁ ଯାତ୍ରା କଲା ‘ଚନ୍ଦ୍ରାୟନ-୨’; ଯନ୍ତ୍ରାଂଶ ନିର୍ମାଣରେ ରହିଛି ଓଡ଼ିଶାର ହାତ

Advertisment

Inkhabar

ଭୁବନେଶ୍ୱର: ଆଉ ମାତ୍ର କେଇ ମୁହୂର୍ତ୍ତର ଅପେକ୍ଷା, କେଇ ମିନିଟର ପ୍ରତୀକ୍ଷା। ଘଣ୍ଟା କଣ୍ଟାର ଟିକଟିକ ଶବ୍ଦରେ ଭାରତ ଯେତେବେଳେ ଜହ୍ନମାମୁକୁ ଯାତ୍ରା କରିବ ସେତେବେଳେ ସେ ସମୟ ହେବ ଭାରତ ପାଇଁ ଏକ ସ୍ୱର୍ଣ୍ଣିମ ସମୟ। ସେ ମୁହୂର୍ତ୍ତ ହେବ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। କାରଣ ଆଜି ଦିନ ୨ଟା ୪୩ ମିନିଟରେ ହିଁ ଆରମ୍ଭ ହେବାକୁ ଥିଲା ଭାରତର ଚନ୍ଦ୍ର ଅଭିଯାନ। ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି ଚନ୍ଦ୍ରାୟନ-୨।

publive-image Zee News

ତେବେ ଚନ୍ଦ୍ରାୟନ-୨ ପାଇଁ କାଲି ଠାରୁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍‌। ସେହି ଐତିହାସିକ ମୂହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଭାରତୀୟ ବୈଜ୍ଞାନିକମାନେ। ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଚନ୍ଦ୍ରାୟନ-୨ ର୍ନିମାଣରେ ଓଡ଼ିଶାର ସଂଯୋଗ। ଏହି ଅନ୍ତରୀକ୍ଷ ଯାନକୁ ଉତ୍‌କ୍ଷେପଣ ପାଇଁ ବ୍ୟବହାର ହେବାକୁ ଥିବା କ୍ରାଓଜେନିକ ରକେଟ ଜିଏସଏଲଭି- ଏକେ-୩ର କିଛି ଯନ୍ତ୍ରାଂଶ ଓଡିଶାରେ ର୍ନିମାଣ କରାଯାଇଛି। ଭୁବନେଶ୍ୱରର ସିଟିଟିସିରେ ବ୍ୟବହାର ହେଉଥିବା ପ୍ରାୟ ୨୨ ପ୍ରକାର ଫୁଏଲ ଭଲ୍ଵ ର୍ନିମାଣ ହୋଇଛି। ସେପଟେ ରୋଭର ପ୍ରଜ୍ଞାନରେ ଲାଗିଥିବା ‘ଲିମ୍ବସ୍‌’ ମଧ୍ୟ ସେଣ୍ଟ୍ରାଲ ଟୁଲ୍‌ସ ଆଣ୍ଡ ଟ୍ରେନିଂ ସେଣ୍ଟର ବା ସିଟିଟିସି ର୍ନିମାଣ କରିଛି। ରୋଭରର ୬ଟି ଲିମ୍ବସ୍‌ ବା ଗୋଡରେ ଚକ ଲାଗିଛି। ଲାଣ୍ଡରରୁ ଅଲଗା ହେବା ପରେ ଲିମ୍ବସ୍ରେ ଲାଗିଥିବା ଚକ ଜରିଆରେ ଗତି କରିବ ରୋଭର। ତେବେ ଏହି ଯନ୍ତ୍ରାଂଶ ର୍ନିମାଣ ପାଇଁ ମାର୍ଚ୍ଚ ୨୦୧୭ରୁ କାର୍ଯ୍ୟ କରୁଥିଲା ସିଟିଟିସି। ପ୍ରାୟ ୧୫୦ ଜଣ ଏଥିରେ ନିୟୋଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe