ଚନ୍ଦ୍ରାୟନ-୨ ଅବତରଣ ସ୍ଥଳ ନିର୍ଦ୍ଧାରିତ:୧୪ ଦିନ ଅନୁଧ୍ୟାନ କରିବ ଚନ୍ଦ୍ରପୃଷ୍ଠ

Advertisment
ଚନ୍ଦ୍ରାୟନ-୨ ଅବତରଣ ସ୍ଥଳ ନିର୍ଦ୍ଧାରିତ:୧୪ ଦିନ ଅନୁଧ୍ୟାନ କରିବ ଚନ୍ଦ୍ରପୃଷ୍ଠ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ବହୁ ପ୍ରତିକ୍ଷୀତ ମିଶନ୍‌ ଚନ୍ଦ୍ରାୟନ-୨ ଅବତରଣ ପାଇଁ ଚନ୍ଦ୍ର ପୃଷ୍ଠରେ ସ୍ଥାନ ନିର୍ଦ୍ଧାରିତ ହୋଇସାରିଥିବା ଆଜି ଇସ୍ରୋ ଅଧ୍ୟକ୍ଷ ଡ଼.କେ.ସିଭନ୍‌ ଗଣମାଧ୍ୟମକୁ କହିଛନ୍ତି। ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ଏହି ଐତିହାସିକ ମିଶନ୍‌ରେ ଚନ୍ଦ୍ରାୟନ-୨ ଦେଶର ପ୍ରଥମ ଉପଗ୍ରହ ଭାବେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏହି ଉପଗ୍ରହର ଅବତରଣ ପାଇଁ ଏଭଳି ଦୁଇଟି ସ୍ଥାନ ଚୟନ କରାଯାଇଛି ଯେଉଁଠାରେ ପୂର୍ବରୁ ଅନ୍ୟ କୌଣସି ଉପଗ୍ରହ ଅବତରଣ କରିନାହିଁ। ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡରୁ ଏହି ଉପଗ୍ରହର ପ୍ରେରଣ ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ ପାଇଁ ଏହାକୁ ୧-୨ ମାସ ସମୟ ଲାଗିପାରେ। ଚନ୍ଦ୍ରାୟନ-୧ ଅପେକ୍ଷା ଏହା ଅଧିକ ଓଜନିଆ ହୋଇଥିବାରୁ ପିଏସ୍‌ଏଲଭି ପରିବବେର୍ତ୍ତ ଜିଏସ୍‌ଏଲଭି ଉପଗ୍ରହ ପ୍ରେରଣକାରୀ ବାହକରେ ପଠାଯିବ। ତିନୋଟି ଭାଗରେ ବିଭକ୍ତ ଥିବା ଏହି ଉପଗ୍ରହ,ଭ୍ରାମ୍ୟମାଣ ରୋବୋଟ ଏବଂ ଅବତରଣକାରୀ ଯନ୍ତ୍ର ତିନୋଟି ଭିନ୍ନ ଭିନ୍ନ ବାହକ ଦ୍ୱାରା ଗୋଟିଏ ଜିଏସ୍‌ଏଲଭିରେ ପଠାଯିବ। ଭାମ୍ରମାଣ ରୋବେଟେ ଅତିକମ୍‌ରେ ୧୪ ଦିନ ଚନ୍ଦ୍ର ପୃଷ୍ଠର ୧୫୦-୨୦୦ କିମି ପଦଯାତ୍ରା କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବ ବୋଲି ଇସ୍ରୋ ଅଧ୍ୟକ୍ଷ ଡ଼.ସିଭନ କହିଛନ୍ତି। ଯଦିଓ ଏହା ଭାରତର ପ୍ରଥମ ଚନ୍ଦ୍ର ମିଶନ ନୁହେଁ ତଥାପି ୨୦୦୮ ମସିହା,ରେ ଭାରତ ପ୍ରେରଣ କରିଥିବା ଚନ୍ଦ୍ରାୟନ-୧ ଅପେକ୍ଷା ଏହି ଉପଗ୍ରହ ଅନେକାଂଶରେ ଭିନ୍ନ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ୫ ଫୁଟ ଉଚ୍ଚତା,୫ଫୁଟ ଦୀର୍ଘ ଓ ୫ ଫୁଟ ଚଉଡ଼ା ବିଶିଷ୍ଠ ଘନାକାର ଚନ୍ଦ୍ରାୟନ-୧ ଉପଗ୍ରହ ୮୩ ମିଲିୟନ ଡଲାର ଖର୍ଚ୍ଚରେ ନିର୍ମାଣ ହୋଇଥିବା ବେଳେ ଏହାକୁ ଚନ୍ଦ୍ରର କକ୍ଷ ପଥରେ ଅବସ୍ଥାପିତ କରାଯାଇଥିଲା। ଯାହାକି ଚନ୍ଦ୍ର ପୃଷ୍ଠରେ ଅର୍ଦ୍ଧ ତରଳ ଅବସ୍ଥାରେ ଜଳ ଥିବା ନେଇ ସ୍ପଷ୍ଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe