ଅହମଦାବାଦର ନାଁ ବଦଳାଇ… କରନ୍ତୁ: ‘ବିଜେପି’କୁ ସମାଲୋଚନା କରି କହିଲେ ‘କେଟିଆର୍‌’

Advertisment
ବିଜେପି ଓ କଂଗ୍ରେସ ମଧ୍ୟରେ ସମ୍ପର୍କ ଫେଭିକଲ ଭଳି ଅତୁଟ ରହିଛି: କେଟିଆର

Image Courtesy of NDTV

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦକୁ ‘ଭାଗ୍ୟନଗର’ ବୋଲି କହିବାର ଦିନକ ପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ତେ‌ଲେଙ୍ଗାନା ମନ୍ତ୍ରୀ କେ.ଟି. ରାମାରାଓ କହିଲେ, ପ୍ରଥମେ ଆପଣ ଅହମଦାବାଦର ନାମ ପରିବର୍ତ୍ତନ କରୁନାହାନ୍ତି କାହିଁକି?

‘ବିଜେପି’କୁ କଟୂ ସମାଲୋଚନା କରି କେ.ଟି. ରାମାରାଓ ଓରଫ୍ ‘କେଟିଆର୍‌’ ଟୁଇଟ୍‌ କରି ଲେଖିଛନ୍ତି: ଆପଣ ଆଗେ ଅହମଦାବାଦର ନାଁ ବଦଳାଇ ଅଦାନୀବାଦ କରୁ ନାହାନ୍ତି କାହିଁକି? ଆଚ୍ଛା ସେ ଝୁମ୍‌ଲା ଜୀୱି କିଏ?

ସୂଚନାଯୋଗ୍ୟ, ‘ବିଜେପି’ ନେତା ରଘୁବର ଦାସଙ୍କ ମନ୍ତବ୍ୟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଜସ୍ବ ରାଜ୍ୟ ଗୁଜରାଟ ଏବଂ କୋଟିପତି ଗ‌ୌତମ ଅଦାନୀଙ୍କୁ ଉଦ୍ଦେଶ୍ୟ କରି ‘କେଟିଆର୍‌’ ଉପରୋକ୍ତ ଟୁଇଟ୍‌ ପୋଷ୍ଟ୍‌ କରିଛନ୍ତି।

publive-image Image Courtesy of NDTV

ରବିବାର ଦିନ ହାଇଦ୍ରାବାଦରେ ‘ବିଜେପି’ ନେତାମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଭାଗ୍ୟନଗରରେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ସର୍ଦ୍ଦାର ପଟେଲ୍‌ ‘ଏକ ଭାରତ’ ଶୀର୍ଷକ ଶବ୍ଦଟିର ସଂଯୋଜନା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରୋକ୍ତ ମନ୍ତବ୍ୟ ଯୋଗୁଁ ହାଇଦ୍ରାବାଦର ନାମ ପରିବର୍ତ୍ତନ ହେବ ବୋଲି କଳ୍ପନାଜଳ୍ପନା ସୃଷ୍ଟି ‌ହୋଇଛି। କେତେକ ‘ବିଜେପି’ ନେତା ଏବଂ ‘ରାଷ୍ଟ୍ରୀୟ ‌ସ୍ବଂୟସେବକ ସଂଘ’ ମଧ୍ୟ ତେଲେଙ୍ଗାନାର ରାଜଧାନୀର ନାମ ହାଇଦ୍ରାବାଦ ପରିବର୍ତ୍ତେ ଭାଗ୍ୟନଗର କରିବା ଲାଗି ମତ ଦେଇଛନ୍ତି।

୨୦୨୦ରେ ‘ଗ୍ରେଟର୍‌ ହାଇଦ୍ରାବାଦ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ନିର୍ବାଚନ ବେଳେ ‘ବିଜେପି’ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ ଆସିଥିବା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କହିଥିଲେ କି, ହାଇଦ୍ରାବାଦକୁ ଭାଗ୍ୟନଗରରେ ପରିବର୍ତ୍ତନ କରିବା ଲାଗି ‘ବିଜେପି’କୁ ଭୋଟ୍ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe