ନୀତୀଶଙ୍କୁ କୋଣଠେସା କରିବ ବିଜେପି!

Advertisment

ବଦଳିବ ବିହାର ରାଜନୀତି ସମୀକରଣ

ବଦଳିବ ବିହାର ରାଜନୀତି ସମୀକରଣ

ନୀତୀଶଙ୍କୁ କୋଣଠେସା କରିବ ବିଜେପି!

ପାଟନା: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏବେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ବିହାର ରାଜନୀତିରେ ଏହାର ପ୍ରଭାବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋକସଭା ଆସନ ଭାଗବଣ୍ଟାକୁ ନେଇ ବିଜେପି ଓ ଏବଂ ଜେଡିୟୁ ମଧ୍ୟରେ ଲାଗି ରହିଥିବା କନ୍ଦଳ ଏବେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅପରପକ୍ଷେ, ଆଜି ରାଜ୍ୟ ବିରୋଧୀ ଦଳ ନେତା ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ୨୦୧୯ ପୂର୍ବରୁ ନୀତୀଶ କୁମାରଙ୍କୁ ବିଜେପି କଣଠେସା କରିବ । ତାଙ୍କୁ ଏନଡିଏ ମେଣ୍ଟରୁ ମଧ୍ୟ ବାହାର କରିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ମହାମେଣ୍ଟରେ ନୀତୀଶଙ୍କ ପାଇଁ ଦୁଆର ବନ୍ଦ ହୋଇ ସାରିଛି ବୋଲି ପୂର୍ବରୁ ବୟାନ ଦେଇଥିବା ତେଜସ୍ୱୀ ଯାଦବ ଆଜି ତାଙ୍କ ଆଭିମୁଖ୍ୟ ବଦଳାଇ ଜେଡିୟୁକୁ ପୁଣି ମହାମେଣ୍ଟରେ ସ୍ୱାଗତ କରାଯିବ ବୋଲି ସେ କହିଛନ୍ତି ଯେ, ନୀତୀଶ କୁମାର ବିଜେପି ହାତ ଛାଡ଼ିଲେ, ତାଙ୍କ ଦଳକୁ ଆରଜେଡି ସମର୍ଥନ ଜଣାଇବ। ବିହାରରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଜେଡିୟୁ ଦେଇଥିବା ଆସନ ଭାଗବଣ୍ଟା ଫର୍ମୁଲାକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି। ତେରଣୁ ନୀତୀଶ ଖୁବ୍‌ଶୀଘ୍ର କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅପରପକ୍ଷେ, ବିହାର କଂଗ୍ରେସର କିଛି ବରିଷ୍ଠ ନେତା ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଖୋଲାଖେଲି ଭାବେ ସମର୍ଥନ ଜଣାଇଥିବାରୁ ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ରାଜ୍ୟ କଂଗ୍ରେସର ଏଭଳି ଅନ୍ତଃକନ୍ଦଳ ଲାଗି ରହିଲେ ବିଜେପି ବିରୋଧୀ ମେଣ୍ଟ ଦୁର୍ବଳ ହୋଇଯିବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତବ୍ୟକ୍ତ କରୁଛନ୍ତି। ଆର୍‌ଜେଡି ପାଇଁ ଏବେ ଲାଲୁ ପରିବାର କନ୍ଦଳ ମଧ୍ୟ ବଡ଼ ସଙ୍କଟ ସୃଷ୍ଟି କରିଛି। ଲାଲୁଙ୍କ ବଡ଼ପୁଅ ତେଜ ପ୍ରତାପ ଦଳୀୟ ନେତାଙ୍କୁ କଡ଼ା ସମାଲୋଚନା କରି ଦଳକୁ ଅଡ଼ୁଆରେ ପକାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe