ବଦଳିବ ପୃଥିବୀ ସୃଷ୍ଟିର ରହସ୍ୟ!

Advertisment

ନକ୍ଷତ୍ରକୁ ଘୂରୁଛି ଦି’ଗୁଣା ଆକାରର ବଡ଼ ଗ୍ରହ

ନକ୍ଷତ୍ରକୁ ଘୂରୁଛି ଦି’ଗୁଣା ଆକାରର ବଡ଼ ଗ୍ରହ

ବଦଳିବ ପୃଥିବୀ ସୃଷ୍ଟିର ରହସ୍ୟ!

ନୂଆଦିଲ୍ଲୀ : ଅନ୍ତରୀକ୍ଷରେ ସମ୍ପ୍ରତି ଦେଖାଯାଇଥିବା ଏକ ରହସ୍ୟମୟ ଗ୍ରହର ସ୍ଥିତି ଏବଂ ତାହାର ଆଚରଣ ମହାକାଶବିଜ୍ଞାନୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏହାଯୋଗୁଁ ବିଶ୍ୱ ସୃଷ୍ଟିର ରହସ୍ୟ ଉନ୍ମୋଚନ ସମ୍ପର୍କରେ ପୂର୍ବରୁ ବଳବତ୍ତର ରହିଥିବା ଧାରଣା ସବୁ ଏବେ ବଦଳିବାର ସମ୍ଭାବନା ଦେଖାଯାଇଛି। ଏଠାରୁ ୬୦୦ ଆଲୋକବର୍ଷ ଦୂରରେ ଆବିଷ୍କୃତ ଏହି ଏନ୍‌ଜିଟିଏସ୍‌-୧ବି ଗ୍ରହ ହିଁ ଏଭଳି ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଭ୍ରମରେ ପକାଇଛି।

ସାଧାରଣତଃ ମୂଳପିଣ୍ଡ ନକ୍ଷତ୍ରରୁ ଗ୍ରହମାନେ ଉତ୍ପନ୍ନ ହୋଇଥାନ୍ତି ଏବଂ ସଂପୃକ୍ତ ନକ୍ଷତ୍ରର ମହାକର୍ଷଣ ବଳ ଯୋଗୁଁ ସେମାନେ ନକ୍ଷତ୍ର ବା ସେମାନଙ୍କର ସୂର୍ଯ୍ୟ ଚାରିପାଖେ ବିଭିନ୍ନ କକ୍ଷପଥରେ ଘୂରି ବୁଲିଥାନ୍ତି। ତେବେ ସେମାନଙ୍କର ସୃଷ୍ଟିକର୍ତ୍ତା ବା ମୂଳପିଣ୍ଡ ନକ୍ଷତ୍ର ଆକାରରେ ସୃଷ୍ଟ ଗ୍ରହମାନଙ୍କ ଠାରୁ ଯଥେଷ୍ଟ ବଡ଼ ଥାଏ। ମାତ୍ର ଏନ୍‌ଜିଟିଏସ୍‌-୧ବିରେ ଏହାର ଘୋର ବ୍ୟତିକ୍ରମ ଦେଖାଯାଇଛି। ଆମ ସୌରମଣ୍ଡଳର ବୃହସ୍ପତି ଗ୍ରହର ଆକାର ତୁଲ୍ୟ ଏନ୍‌ଜିଟିଏସ୍‌-୧ବି ନିଜ ନକ୍ଷତ୍ରଠାରୁ ଦୁଇଗୁଣରୁ ଅଧିକ ବଡ଼ ବୋଲି ଜଣାପଡ଼ିଛି। ଏପରି ଏକ ବିଶାଳ ଗ୍ରହ କିପରି ଏକ ବାମନ ନକ୍ଷତ୍ରକୁ ପ୍ରଦକ୍ଷିଣ କରୁଛି, ତାହା ହିଁ ନକ୍ଷତ୍ରବିଜ୍ଞାନୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଚିଲିର ଆଟାକାମା ମରୁଭୂମିରେ ଖଞ୍ଜାଯାଇଥିବା ନେକ୍ସଟ ଜେନେରେସନ ଟ୍ରନ୍‌ଜିଟ୍‌ ସର୍ଭେ(ଏନ୍‌ଜିଟିଏସ୍‌) ଦୂରବୀକ୍ଷଣ ଦ୍ୱାରା ଓ୍ଵାରଓ୍ଵିକ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଠାବ କରିଥିବା ଏହି ଏନ୍‌ଜିଟିଏସ୍‌-୧ବି ଗ୍ରହର ଅନେକ ବୈଚିତ୍ର୍ୟ ଗ୍ରହଜଗତ ସୃଷ୍ଟି ସମ୍ପର୍କରେ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରିଛି। ଆମ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଥିବା ଦୂରତାର ମାତ୍ର ୩ ପ୍ରତିଶତ ଦୂରତାରେ ଏହି ଗ୍ରହଟି ନିଜ ନକ୍ଷତ୍ରକୁ ପରିକ୍ରମଣ କରୁଛି। ତେବେ ଏତେ ନିକଟରେ ଥାଇ ସୁଦ୍ଧା ଏନ୍‌ଜିଟିଏସ୍‌-୧ବିର ପୃଷ୍ଠ ତାପମାତ୍ରା ମାତ୍ର ୫୩୦ ଡିଗ୍ରି ରହିଥିବା ଆକଳନ କରାଯାଇଛି। ସେହିପରି ଏତେ ନିକଟରେ ପରିକ୍ରମଣ କରୁଥାଇ ସୁଦ୍ଧା ଏହାକୁ ଥରେ ଘୂରିବା ଲାଗି ଦୀର୍ଘ ୨.୬ ଦିନ ସମୟ ଲାଗୁଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ନିଜଠାରୁ ଆକାରରେ ଯଥେଷ୍ଟ ଛୋଟ ନକ୍ଷତ୍ରକୁ ଏହା ଘୂରୁଛି ଏବଂ ମୂଳ ନକ୍ଷତ୍ରଠାରୁ ଏହା ଅଧିକ ଉଜ୍ୱଳ ରହିଛି। ସୁତରାଂ ନକ୍ଷତ୍ରଠାରୁ ଗ୍ରହମାନେ ସୃଷ୍ଟି ହୋଇଛନ୍ତି ନା ଅନ୍ୟ କେମିତି ସୃଷ୍ଟି ହୋଇ ନିର୍ଦ୍ଦିଷ୍ଟ ନକ୍ଷତ୍ର ଚାରିପାଖେ ଘୂରୁଛନ୍ତି, ତାହା ହିଁ ପୁଣି ଥରେ ନିର୍ଣ୍ଣୟ କରିବାକୁ ପଡ଼ିବ ବୋଲି ଓ୍ଵାରଓ୍ଵିକ୍‌ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ପିଟର ହ୍ଵିଟ୍‌ଲେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe