ଭାରତ ଆସୁଥିବା ବିଦେଶୀଙ୍କ ପାଇଁ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ

Advertisment
ଭାରତ ଆସୁଥିବା ବିଦେଶୀଙ୍କ ପାଇଁ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ

image credit : @DelhiAirport

ନୂଆଦିଲ୍ଲୀ : କୋଭିଡ୍ ମହାମାରୀକୁ ରୋକିବା ପାଇଁ ଭାରତ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ନିମନ୍ତେ ପୂର୍ବରୁ କେତେକ କଟକଣା ଥିଲା। ସେମାନେ କୋଭିଡ୍-ନିରୋଧୀ ଟିକା ନେଇଛନ୍ତି କି ନାହିଁ, କେତେ ଡୋଜ୍ ଟିକା ନେଇଛନ୍ତି ଇତ୍ୟାଦି ସମ୍ବନ୍ଧରେ ଏୟାର ସୁବିଧା ପୋର୍ଟାଲରେ ତଥ୍ୟ ଦେବା ବାଧ୍ୟତାମୂଳକ ଥିଲା। ବର୍ତ୍ତମାନ ଆଉ ସେସବୁର ଆବଶ୍ୟକତା ନାହିଁ। ଆଜି ମଧ୍ୟରାତ୍ରରୁ ନୂଆ ନିୟମ କାର୍ଯ୍ୟକାରୀ ହେବ ବୋଲି ସରକାର ଘୋଷଣା କରିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ନୋଟିସରେ କୁହାଯାଇଛି: କୋଭିଡ୍-୧୯ ମହାମାରୀର ପ୍ରାଦୁର୍ଭାବ ହ୍ରାସ ପାଇଥିବାରୁ ଏବଂ ଭାରତରେ ତଥା ସମଗ୍ର ବିଶ୍ବରେ ଟିକାକରଣରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବାରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଭାରତ ଆଗମନ ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏଣିକି ଆଉ ଏୟାର ସୁବିଧା ପୋର୍ଟାଲରେ ନିଜର ଟିକାକରଣ ଆଦି ନେଇ ସ୍ବଘୋଷିତ ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe