ଚନ୍ନିଙ୍କ ବଡ଼ ଘୋଷଣା: ଆନ୍ଦୋଳନରେ ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି

ଚନ୍ନିଙ୍କ ବଡ଼ ଘୋଷଣା: ଆନ୍ଦୋଳନରେ ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି

Zee News

ନୂଆଦିଲ୍ଲୀ: ପଂଜାବରେ ଚରଣଜିତ ସିଂହ ଚନ୍ନି ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବାବେଳେ ଏହି ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି ଚନ୍ନି ଘୋଷଣା କରିଛନ୍ତି। ପଂଜାବ ବିଧାନସଭା ନିର୍ବାଚନକୁ ଆଉମାତ୍ର କିଛି ମାସ ବାକିଥିବାବେଳେ ଚନ୍ନି ଏହି ଘୋଷଣା କରିଛନ୍ତି। ସେହିପରି ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସା ଯୋଗୁଁ ଯେଉଁ କୃଷକମାନେ ଗିରଫ ହୋଇଥିଲେ ସେମାନଙ୍କୁ ମଧ୍ୟ ସରକାର ନିକଟରେ ଆର୍ଥିକ ସହାୟତା ଘୋଷଣା କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ଏକ ଟ୍ବିଟ୍‌ କରି ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ ଚାକିରି ମିଳିବ ବୋଲି କୁହାଯାଇଛି। ପଂଜାବ କଂଗ୍ରେସ ମଧ୍ୟ ଆଜି ଆଉ ଏକ ଟ୍ବିଟ୍‌ କରି ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଦେବା ଆରମ୍ଭ କରିଛି ବୋଲି ସ୍ପଷ୍ଟ କରିଛି। ଦିଲ୍ଲୀ ଟିକରୀ ସୀମାରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଜଣେ ଚାଷୀ କାଶ୍ମୀର ଲାଲ୍‌ ଜି’ଙ୍କ ପୁଅଙ୍କୁ ପଂଜାବ କଂଗ୍ରେସ ବିଧାୟକ ରାମିନ୍ଦର ଅଲା ଏକ ନିଯୁକ୍ତିପତ୍ର ଦେଇଛନ୍ତି। ଆଗକୁ ନିର୍ବାଚନ ଥିବାବେଳେ ଚନ୍ନି ଏହି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe