ପଞ୍ଜାବ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ରାଜ୍ୟରେ ଭିଆଇପି ସଂସ୍କୃତିକୁ ବନ୍ଦ କରିବା ଉଦ୍ଦେଶ୍ୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କମାଇ ଦେଇଛନ୍ତି। ଚନ୍ନି କହିଛନ୍ତି ସେ ଜଣେ ସାଧାରଣ ମଣିଷ ଏବଂ ପ୍ରତ୍ୟେକ ପଞ୍ଜାବୀର ଭାଇ ହୋଇଥିବାରୁ ତାଙ୍କୁ ଅଧିକ ସୁରକ୍ଷା ଆବଶ୍ୟକ ନାହିଁ। କାପୁରଥାଲାର ଆଇ.କେ ଗୁଜରାଲ ପଞ୍ଜାବ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚନ୍ନି କହିଛନ୍ତି, ସିଏମ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ହଠାତ୍ ତାଙ୍କ ସୁରକ୍ଷାକର୍ମୀଙ୍କ ସଂଖ୍ୟା ହଜାରେ ଅଧିକ ହୋଇଯିବା ନେଇ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚନ୍ନି ନିଜ ସୁରକ୍ଷାବାହିନୀକୁ ହ୍ରାସ କରି କହିଛନ୍ତି ଯେ ପଂଜାବରେ ସମସ୍ତେ ମୋର ନିଜର, ତେଣୁ ନିଜ ଲୋକଙ୍କ ଠାରୁ ରକ୍ଷା ପାଇବା ପାଇଁ ୧୦୦୦ ସୁରକ୍ଷାକର୍ମୀଙ୍କ ଆବଶ୍ୟକ ନାହିଁ। ଏଥିସହ ଏହା ସରକାରୀ ସମ୍ବଳର ଅପଚୟ ବୋଲି କହି ସେ କହିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ବିଭାଗ ଦେଇଥିବା ସତର୍କ ସୂଚନାକୁ ସେ ଖାରଜ କରିଛନ୍ତି ଏବଂ ତାଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି।
ସୁରକ୍ଷା ଖର୍ଚ୍ଚ ହ୍ରାସ କଲେ ଚନ୍ନି, ଭିଆଇପି ସଂସ୍କୃତି ବନ୍ଦ କରିବେ
Advertisment
Follow Us