ମୋଦୀଙ୍କ ପାଇଁ ଚନ୍ନିଙ୍କ ହେଲିକପ୍ଟରକୁ ଅନୁମତି ମିଳିଲାନି

Advertisment

‘ମୁଁ ଆତଙ୍କବାଦୀ ନୁହେଁ, ପଞ୍ଜାବ ମୁଖ୍ୟମନ୍ତ୍ରୀ’

‘ମୁଁ ଆତଙ୍କବାଦୀ ନୁହେଁ, ପଞ୍ଜାବ ମୁଖ୍ୟମନ୍ତ୍ରୀ’

ଚନ୍ନି ହେଉଛନ୍ତି କଂଗ୍ରେସ ପାଇଁ ବୋଝ: କଂଗ୍ରେସ ନେତା ସୁନୀଲ ଜାଖଡ଼

Image Courtesy of India Today

ଅମୃତସର : ପଂଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ପଂଜାବ ଗସ୍ତରେ ଥିବାବେଳେ ମୋଦୀଙ୍କ ଗସ୍ତ ଅବସରରେ ସୋମବାର ଦିନ ପଂଜାବରେ ଏକ ହାଇଡ୍ରାମା ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୋମବାର ଦିନ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ହେଲିକପ୍ଟର ଉଡ଼ାଣକୁ ଅନୁମତି ମିଳିନାହିଁ। ଚଣ୍ଡିଗଡ଼ର ରାଜେନ୍ଦ୍ର ପାର୍କ ଅଞ୍ଚଳ ସୋମବାର ଦିନ ‘ ‌ନୋ ଫ୍ଲାଏ ଜୋନ୍‌’ରେ ପରିଣତ ହୋଇଥିଲା। ଚନ୍ନି ହୋସିଆରପୁରରେ ରାହୁଲଙ୍କର ଏକ ରୢାଲିରେ ଯୋଗ ଦେବାପାଇଁ ଯାଇଥାନ୍ତେ। କିନ୍ତୁ ମୋଦୀଙ୍କ ଯାତ୍ରା ପାଇଁ ତାଙ୍କ ହେଲିକପ୍ଟରକୁ ଅନୁମତି ମିଳିଲାନି।

ଚନ୍ନି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ହୋସିଆରପୁରକୁ ମୋ ବିମାନ ଉଡ଼ାଣକୁ ଅନୁମତି ମିଳିଲାନି। ସକାଳ ୧୧ଟାରେ ମୁଁ ଉନାରେ ଥିଲି। କିନ୍ତୁ ହଠାତ୍‌ ‌ହୋସିଆରପୁରକୁ ମୋ ବିମାନ ଉଡ଼ାଣକୁ ଅନୁମତି ମିଳିଲାନି। ତେଣୁ ମୁଁ ରାହୁଲଙ୍କ ରୢାଲିରେ ଯୋଗ ଦେଇପାରିଲିନି। କ୍ଷୁବ୍ଧ ଚନ୍ନି କହିଛନ୍ତି ସେ ଆତଙ୍କବାଦୀ ନୁହଁନ୍ତି; ପଞ୍ଜାବର ମୁଖ୍ୟମନ୍ତ୍ରୀ। ଦେଢ଼ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା ପରେ ତାଙ୍କୁ ଉଡ଼ାଣ ଅନୁମତି ଦିଆ ନଯିବା ଠିକନୁହେଁ । ଅନ୍ୟପକ୍ଷେ ରାହୁଲଙ୍କ ହେଲିକପ୍ଟରକୁ ସୋମବାର ଦିନ ହୋସିଆରପୁରରେ ଅବତରଣ ଅନୁମତି ମିଳିଥିଲା। ଚନ୍ନିଙ୍କ ହେଲିକପ୍ଟରକୁ ଉଡ଼ାଣ ଅନୁମତି ନମିଳିବା ଘଟଣାରେ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖିଛି। କଂଗ୍ରେସ ନେତା ସୁନିଲ ଜାଖର କହିଛନ୍ତି, ଚନ୍ନିଙ୍କ ହୋସିଆରପୁର ଗସ୍ତ ବାତିଲ କରିଦିଆଗଲା। ନିର୍ବାଚନ କମିସନ୍‌ ଯଦି ଉକ୍ତ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ ନକରନ୍ତି ତେବେ ଏହା ବୁଝିନେବି ଯେ, ଏହି ନିର୍ବାଚନ ଏକ ପ୍ରହସନ।

ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପଂଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଆଜି କିଛି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କଂଗ୍ରେସ ପୁନର୍ବାର ଜିତିବ ତେବେ ସରକାରୀ ସ୍କୁଲ୍‌, କଲେଜ୍‌ରେ ମାଗଣା ଶିକ୍ଷା ଦିଆଯିବ ଏବଂ ପ୍ରଥମ ବର୍ଷରେ ୧ ଲକ୍ଷ ସରକାରୀ ଚାକିରି ଦିଆ‌ଯିବ। ଚନ୍ନି ମଧ୍ୟ ଆଜି ଆପ୍‌ ଉପରେ ବର୍ଷିଛନ୍ତି। ଏହି ଦଳ ଚନ୍ନିଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାର କରୁଛି ଏବଂ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କୁ ଟିକେଟ ଦେଉଛି ବୋଲି ଚନ୍ନି କହିଛନ୍ତି। ଅନ୍ୟ ଦଳମାନଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ପ୍ରାର୍ଥୀଙ୍କୁ ଆପ୍‌ ଏହାର ପ୍ରାର୍ଥୀ କରିଛି ଏବଂ କେଜ୍ରିୱାଲ୍‌ଙ୍କ ସମସ୍ତ ପ୍ରଚାର ମିଥ୍ୟା ଆଧାରିତ ବୋଲି ଚନ୍ନି କହିଛନ୍ତି। କଂଗ୍ରେସ ଚନ୍ନିଙ୍କୁ ୨ଟି ଆସନ ଚମକୌର ସାହିବ ଏବଂ ଭଦୌରରୁ ପ୍ରାର୍ଥୀ କରିଛି। କିନ୍ତୁ ଉକ୍ତ ୨ଟି ଯାକ ଆସନରୁ ଚନ୍ନି ହାରିବେ ବୋଲି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଦାବି କରିଛନ୍ତି। କିନ୍ତୁ ଚନ୍ନି ଏହାକୁ ଖଣ୍ଡନ କରିଛନ୍ତି। ୨ଟି ଯାକ ଆସନରୁ ସେ ୨୫ ହଜାରରୁ କମ୍‌ ‌ଭୋଟ୍‌ରେ ଜିତିବେନି ବୋଲି କହିଛନ୍ତି। ଆସନ୍ତା ‌୨୦ ତାରିଖରେ ପଞ୍ଜାବରେ ବିଧାନସଭା ଭୋଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe