ନୂଆଦିଲ୍ଲୀ: ମୁଁ ଜଣେ ସାଧାରଣ ଲୋକ। ପୂର୍ବରୁ ମୁଁ ରିକ୍ସା ଟାଣିଛି। ଗତକାଲି ପଂଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦଳିତ ନେତା ଚରଣଜିତ୍ ସିଂହ ଚନ୍ନି ଆଜି ଏକ ସ୍ବତନ୍ତ୍ର ଚାର୍ଟର୍ଡ ବିମାନରେ ଦିଲ୍ଲୀ ଗସ୍ତ କରିଛନ୍ତି। ତାଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରନ୍ଧୱା, ଓପି ସୋନି ଏବଂ ପଂଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ସେହି ଚାର୍ଟର୍ଡ ବିମାନରେ ଯାଇଛନ୍ତି। ନିଜକୁ ଜଣେ ସାଧାରଣ ବ୍ୟକ୍ତି କହିବାର ପରଦିନ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ସମାଲୋଚନା କରାଯାଇଛି। ଏହି ଫଟୋକୁ ସିଦ୍ଧୁ ଟ୍ବିଟରରେ ପୋଷ୍ଟ କରିଛନ୍ତି। ଚଣ୍ଡିଗଡ଼ରୁ ଦିଲ୍ଲୀ ମାତ୍ର ୨୫୦ କିମି ଯିବା ପାଇଁ ଚାର୍ଟର୍ଡ ଫ୍ଲାଇଟରେ ଯିବାକୁ ବିରୋଧୀ ସିରୋମଣି ଅକାଳୀ ଦଳ ସମାଲୋଚନା କରିଛି। ଇତିମଧ୍ୟରେ ଚନ୍ନି ରାହୁଲ ଗାନ୍ଧିଙ୍କ ପାଦ ଛୁଇଁବାକୁ ଉଦ୍ୟମ କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us