ରାଲି ସମୟ ପୂର୍ବରୁ କୃଷକମାନେ ବେରିକେଡ୍‌ ଭାଙ୍ଗି ପ୍ରବେଶ କରିବାରୁ ଦିଲ୍ଲୀ ସୀମାନ୍ତରେ ଗୋଳମାଳିଆ ପରିସ୍ଥିତି

Advertisment
ରାଲି ସମୟ ପୂର୍ବରୁ କୃଷକମାନେ ବେରିକେଡ୍‌ ଭାଙ୍ଗି ପ୍ରବେଶ କରିବାରୁ ଦିଲ୍ଲୀ ସୀମାନ୍ତରେ ଗୋଳମାଳିଆ ପରିସ୍ଥିତି

ନୂଆଦିଲ୍ଲୀ: ଟ୍ରାକ୍ଟର୍‌ ରାଲି ଆରମ୍ଭ ହେବାର ବହୁ ପୂର୍ବରୁ ଏବଂ ବହୁସଂଖ୍ୟକ ପୁଲିସ ଉପସ୍ଥିତି ସତ୍ତ୍ୱେ ଆଜି ସକାଳେ ଦିଲ୍ଲୀ-ହରିୟାଣାର ଟିକ୍ରି ସୀମାନ୍ତରେ ହଜାର ହଜାର କୃଷକ ବେରିକେଡ୍‌ ଭାଙ୍ଗିବା ସହ ଚାଲି ଚାଲି ଦିଲ୍ଲୀକୁ ପ୍ରବେଶ କରିବାରୁ ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି।
ଜାତୀୟ ରାଜଧାନୀର ରାଜପଥରେ ସାଧାରଣତନ୍ତ୍ର ଦିବସ ଉତ୍ସବ ଉଦ୍‌ଯାପନ କରାଯିବା ପରେ ଟ୍ରାକ୍ଟର୍‌ ରାଲି କରିବାକୁ କୃଷକମାନଙ୍କୁ ଅନୁମତି ମିଳିଥିଲା।

publive-image Image Courtesy of ANI

ଘଟଣାସ୍ଥଳରୁ ଉତ୍ତୋଳନ କରାଯାଇଥିବା ଭିଡିଓରେ ଏହି ଗୋଳମାଳର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି। ଜାତୀୟ ରାଜଧାନୀର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ଟିକ୍ରି ସୀମାନ୍ତ ଏବଂ ଦିଲ୍ଲୀ ଓ ହରିୟାଣାକୁ ବିଭକ୍ତ କରୁଥିବା ସିଂଘୁ ସୀମାନ୍ତରେ ଏଭଳି ପରିସ୍ଥିତି ଉପୁଜିଛି। ହଜାର ହଜାର କୃଷକ ପତାକା ଧରି ପଦଯାତ୍ରାରେ ଦିଲ୍ଲୀକୁ ପ୍ରବେଶ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ରାଲି ନିମନ୍ତେ ପ୍ରସ୍ତୁତ ଥିବା ଟ୍ରାକ୍ଟର୍‌ରେ ମଧ୍ୟ ଥିଲେ।

publive-image Image Courtesy of NDTV

ବାହାର ପାଖ ରିଙ୍ଗ୍‌ ରୋଡ୍‌ରେ ପଦଯାତ୍ରା କରିବାକୁ ସିଂଘୁ ସୀମାନ୍ତର ପ୍ରାୟ ୫୦୦୦ ପ୍ରତିବାଦକାରୀ ଜିଦ୍‌ଧରି ବସିଛନ୍ତି।

ଟିକ୍ରି ସୀମାନ୍ତରେ କୃଷକ ନେତାମାନେ ପ୍ରତିବାଦକାରୀ କୃଷକମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କହିଛନ୍ତି। ରାଲିର ସମୟ ସଂକ୍ରାନ୍ତରେ ସେମାନେ ପୁଲିସ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe