ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ହାଇ ଭୋଲ୍‌ଟେଜ୍‌ ଡ୍ରାମା

Advertisment

ଜମ୍ମୁ-କଶ୍ମୀର ବିଧାନସଭାରେ ଗୁରୁବାର ଦିନ ଏକ ହାଇ ଭୋଲ୍‌ଟେଜ୍‌‌ ଡ୍ରାମା ଦେଖିବାକୁ ମିଳିଛି। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ସୋମବାର ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଧିବେଶନରେ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି। 

ଜମ୍ମୁ-କଶ୍ମୀର ବିଧାନସଭାରେ ଗୁରୁବାର ଦିନ ଏକ ହାଇ ଭୋଲ୍‌ଟେଜ୍‌‌ ଡ୍ରାମା ଦେଖିବାକୁ ମିଳିଛି। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ସୋମବାର ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଧିବେଶନରେ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି। 

www.indiatoday.in

ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭାରେ ଗୁରୁବାର ଦିନ ଏ କହାଇ ଭୋଲ୍‌ଟେଜ୍‌‌ ଡ୍ରାମା ଦେଖିବାକୁ ମିଳିଛି। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ସୋମବାର ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଧିବେଶନରେ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି। 

ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଯାହାକୁ ବିଜେପି ବିଧାୟକମାନେ ବିରୋଧ କରିବାରୁ ମାରପିଟ୍ ଯାଏଁ କଥା ଯାଇଛି। ଖୁର୍ସିଦ୍ ଅହମଦ ସେଖ ଏହି ପୋ‌ଷ୍ଟର୍‌ ଦେଖାଇଥିଲେ। ସେ ହେଉଛନ୍ତି ଜେଲ୍‌ ଦଣ୍ଡାଦେଶ ପାଇଥିବା ବାରମୁଲା ଲୋକସଭା ସାଂସଦ ଇଞ୍ଜିନିୟର୍‌ ରସିଦଙ୍କ ଭାଇ।

ବୁଧବାର ଧାରା ୩୭୦ ପୁନଃସ୍ଥାପନ କରିବା ନେଇ ଶାସକ ଦଳ ଏନସି ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ତାହାକୁ ବିରୋଧ କରିଥିଲେ  ଖୁର୍ସିଦ୍ ଅହମଦ ସେଖ। ସେ ଧାରା ୩୭୦ ଲେଖାଥିବା ପୋଷ୍ଟର ଦେଖାଇଥିବା ବେଳେ ତାହାକୁ ବିରୋଧ କରିଥିଲା ବିଜେପି। 

ଯାହାକୁ ନେଇ ବିଜେପି ଓ ଶାସକ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ବାଚସ୍ପତି ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କୁ ପକ୍ଷ ନେଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe