Image Courtesy of Hindustan Times
ନୂଆଦିଲ୍ଲୀ: ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ଯୋଗୁଁ ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ ରାହୁଳ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ଝାଡ଼ଖଣ୍ଡରେ ଗୋଟାଏ ନିର୍ବାଚନୀ ରାଲିରେ ଗାନ୍ଧୀ ଦେଇଥିବା ଏହି ମନ୍ତବ୍ୟ ନିମନ୍ତେ କ୍ଷମାପ୍ରାର୍ଥନା କରିବାକୁ ବିଜେପି ସାଂସଦମାନେ ଦାବି କରିଛନ୍ତି।
ଲୋକସଭାରେ ସ୍ମୃତି ଇରାନୀ କହିଛନ୍ତି: ଭାରତୀୟ ନାରୀମାନଙ୍କ ସହ ଦୁଷ୍କର୍ମ କରାଯିବା ଉଚିତ ବୋଲି ଇତିହାସରେ ପ୍ରଥମ ଥର ଲାଗି ଜଣେ ନେତା ଉଚ୍ଚ କଣ୍ଠରେ ଆହ୍ଵାନ ଦେଇଛନ୍ତି। ଦେଶବାସୀଙ୍କ ଲାଗି ଏଇଟା କ’ଣ ରାହୁଳ ଗାନ୍ଧୀଙ୍କ ବାର୍ତ୍ତା? ତାଙ୍କୁ ଦଣ୍ଡ ଦିଆଯିବା ଉଚିତ।
Image Source: The Quintରାଜ୍ୟସଭାରେ ସଦସ୍ୟମାନେ ଚିତ୍କାର କରି କହିଥିଲେ: ରାହୁଳ ଗାନ୍ଧୀ କ୍ଷମା ମାଗ।
ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ କହିଲେ: ଆପଣମାନେ ଏ ଗୃହର ସଦସ୍ୟ ନ ଥିବା ବ୍ୟକ୍ତିଙ୍କ ନାଁ ଧରିପାରିବେ ନାହିଁ। ଗୃହରେ ବିଶୃଙ୍ଖଳା କରିବା କାହାର କାମ ନୁହେଁ।
ରାହୁଳ ଗାନ୍ଧୀଙ୍କ ମନ୍ତବ୍ୟଜନିତ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ରହିଥିଲା।
ସଦ୍ୟତମ ସୂଚନା ଅନୁସାରେ, ଏଥିପାଇଁ କ୍ଷମା ମାଗିବେ ନାହିଁ ବୋଲି ରହୁଳ ଗାନ୍ଧୀ କହିଛନ୍ତି। ଓଲଟି ସେ କହିଛନ୍ତି: ସିଏବି ଯୋଗୁଁ ଉତ୍ତରପୂର୍ବରେ ଚାଲିଥିବା ଅସ୍ଥିରତାରୁ ଧ୍ୟାନ ହଟାଇବା ପାଇଁ ମୋଦୀ-ଶାହା ଉଦ୍ୟମ କରୁଛନ୍ତି।
Follow Us