ବିବାଦୀୟ ପୋଷ୍ଟକୁ ନେଇ ମସଜିଦ ଉପରେ ଗେରୁଆ ପତକା ଉଡ଼ାଇଲେ ଦଙ୍ଗାକାରୀ

Advertisment

ପୁଣେରେ ହୋଇଥିବା ଏହି ଦଙ୍ଗା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି,‘କିଛି ଲୋକ ଜାଣିଶୁଣି ଏପରି ଷ୍ଟାଟସ୍ ପୋଷ୍ଟ କରନ୍ତି ଯାହା ଦ୍ୱାରା ପରିବେଶରେ ଉତ୍ତେଜନା ସୃଷ୍ଟି ହୁଏ। ଏପରି ଲୋକଙ୍କ ବିରୋଧରେ ନିଶ୍ଚିତ ଭାବରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ପୁଣେରେ ହୋଇଥିବା ଏହି ଦଙ୍ଗା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି,‘କିଛି ଲୋକ ଜାଣିଶୁଣି ଏପରି ଷ୍ଟାଟସ୍ ପୋଷ୍ଟ କରନ୍ତି ଯାହା ଦ୍ୱାରା ପରିବେଶରେ ଉତ୍ତେଜନା ସୃଷ୍ଟି ହୁଏ। ଏପରି ଲୋକଙ୍କ ବିରୋଧରେ ନିଶ୍ଚିତ ଭାବରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

New Project (25)

ନୂଆଦିଲ୍ଲୀ: ପୁଣେର ଦୌଣ୍ଡର ୟବତ ଗାଁରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିବା ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଉତ୍ତେଜନା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ପରିସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ କିଛି ସମୟ ପାଇଁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଜୁଲାଇ ୨୭ରେ ୟବତ ଅଞ୍ଚଳର ଜଣେ ଯୁବକଙ୍କ ବିରୋଧରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଥିବାନେଇ ଅଭିଯୋଗ ହୋଇଥିଲା। ଗତକାଲି ଏହି ଘଟଣାକୁ କେନ୍ଦ୍ର କରି  ସୋସିଆଲ ମିଡିଆରେ ପୁଣି ଏକ ଆପତ୍ତିଜନକ ଫଟୋ ଭାଇରାଲ ହେବାପରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏହି ଉତ୍ତେଜନା ଅଗଷ୍ଟ ୧ ତାରିଖରେ ହିଂସାତ୍ମକ ରୂପ ନେଇଛି।

ଆପତ୍ତିଜନକ ପୋଷ୍ଟ କରିଥିବା ଯୁବକଙ୍କ ଘରେ ଦଙ୍ଗାକାରୀ ଦଳ ପହଞ୍ଚି ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ। 
ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଦଙ୍ଗାକାରୀଙ୍କୁ ଘଉଡାଇ ଦେବା ପରେ ସେମାନେ ମସଜିଦ ସାମ୍ନାରେ ଯାଇ ପହଞ୍ଚିଯାଇଥିଲେ। ମସଜିଦ ଉପରେ ଚଢ଼ି ଛତ୍ରପତି ଶିବାଜୀ ମହାରାଜଙ୍କ ଫଟୋ ଥିବା ଏକ ଗେରୁଆ ପତାକା ଲଗାଇଥିଲେ। ଏହି ସମୟରେ ଦଙ୍ଗାକାରୀ ସାମ୍ନାରେ ଯାହା ଆସିଥିଲା ତାକୁ ପୋଡ଼ି ଦେଇଥିଲେ।

ପୁଣେରେ ହୋଇଥିବା ଏହି ଦଙ୍ଗା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, "ମୁଁ ମଧ୍ୟ ଏହି ବିଷୟରେ ସୂଚନା ପାଇଛି। ଜଣେ ବାହାର ବ୍ୟକ୍ତି ଏକ ଆପତ୍ତିଜନକ ଷ୍ଟାଟସ୍ ପୋଷ୍ଟ କରିଥିଲେ, ଯାହା ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକମାନେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ହାଲୁକା ଲାଠିଚାର୍ଜ କରିବାକୁ ପଡିଥିଲା। ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହିଛି। ଉଭୟ ସମ୍ପ୍ରଦାୟର ଲୋକମାନେ ବସି କଥା ହେଉଛନ୍ତି ଏବଂ ପରିବେଶକୁ ଶାନ୍ତିପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି।

କିଛି ଲୋକ ଜାଣିଶୁଣି ଏପରି ଷ୍ଟାଟସ୍ ପୋଷ୍ଟ କରନ୍ତି ଯାହା ଦ୍ୱାରା ପରିବେଶରେ ଉତ୍ତେଜନା ସୃଷ୍ଟି ହୁଏ। ଏପରି ଲୋକଙ୍କ ବିରୋଧରେ ନିଶ୍ଚିତ ଭାବରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ଧର୍ମ ବିରୋଧରେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେବାର ଅଧିକାର କାହାର ନାହିଁ। ଆମର ସମସ୍ତ ଲୋକଙ୍କୁ କେବଳ ଗୋଟିଏ ନିବେଦନ ଯେ ସମସ୍ତେ ଶାନ୍ତି ବଜାୟ ରଖିବା ଉଚିତ ଏବଂ କେହି ଆଇନକୁ ନିଜ ହାତରେ ନେବା ଉଚିତ୍ ନୁହେଁ। ଯଦି କେହି ଏପରି କରନ୍ତି, ତେବେ ପୁଲିସ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe