ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି : କେଦାରନାଥରେ ବନ୍ଦ ହେବ ଭିଆଇପି ଦର୍ଶନ

Advertisment
ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି : କେଦାରନାଥରେ ବନ୍ଦ ହେବ ଭିଆଇପି ଦର୍ଶନ

ଫଟୋ ସୌଜନ୍ୟ: ଗୁଗୁଲ୍‌

ଡେରାଡୁନ୍‌: ବାବା କେଦାରନାଥ ଧାମରେ ଏବେ ଭିଆଇପି ଦର୍ଶନ ଉପରେ ରୋକ ଲଗାଯାଇଛି। ଏହାକୁ ନେଇ ଖୁବ୍ ଶୀଘ୍ର ଏକ ନିଦ୍ଦେର୍ଶନାମା ଜାରି ହେବାକୁ ଯାଉଛି। ଚାରି ଧାମ ଯାତ୍ରାରେ ଭିଡ଼ ବଢ଼ୁଥିବାର ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଭିଆଇପି ଯାତ୍ର‌ା ଉପରେ ରୋକ ଲଗାଇବାକୁ ସରକାର ଖୁବ୍ ଶୀଘ୍ର ଏକ ଲିଖିତ ଆଦେଶ ଜାରି କରିବେ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଉତ୍ତରଖଣ୍ଡରେ ଚାରି ଧାମ ଯାତ୍ରା ଆରମ୍ଭ ହେବାର ଗୋଟାଏ ସପ୍ତାହ‌ ବିତିଗଲାଣି। ଏବେ ସୁଦ୍ଧା ଏହି ଯାତ୍ରୀରେ ୨୮ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହି ପରିସ୍ଥିତିରେ ସରକାରଙ୍କ ପ୍ରସ୍ତୁତିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଚାରିଧାମ ଯାତ୍ରାରେ ସବୁଠାରୁ ଅଧିକ ଭିଡ଼ କେଦାରନାଥରେ ହେଉଛି। ସୁରକ୍ଷା ପାଇଁ ସରକାର ଏଠାରେ ଏନ୍‌ଡିଆର୍‌ଏଫ୍‌ ଏବଂ ଆଇଟିବିପି କର୍ମୀଙ୍କୁ ବି ନିଯୁକ୍ତି ଦେଇଛନ୍ତି। ତେବେ ସରକାରଙ୍କ କହିବା କଥା ହେଲା, ଘଟିଥିବା ମୃତ୍ୟୁ ସବୁ ଅବ୍ୟବସ୍ଥା ପାଇଁ ଘଟିନାହିଁ। ମୁଖ୍ୟତଃ ହୃଦ୍‌ଘାତ ହେତୁ ହିଁ ତୀର୍ଥଯାତ୍ରୀମାନଙ୍କ ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ମେ ୩ ତାରିଖରୁ ଆରମ୍ଭ ହୋଇଛି ଉତ୍ତରାଖଣ୍ଡର ‘ଚାର୍‌ ଧାମ ଯାତ୍ରା’। ଏହି ଚାରି ଧାମ ହେଉଛି ୟମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରାନାଥ ଓ ବଦ୍ରିନାଥ।

ପୂର୍ବରୁ ତୀର୍ଥଯାତ୍ରୀମାନଙ୍କ ମୃତ୍ୟୁକୁ ନେଇ କୁହାଯାଇଥିଲା ଯେ ତୀର୍ଥଯାତ୍ରୀମାନଙ୍କୁ କେଦାରାନାଥ ଓ ୟମୁନୋତ୍ରୀ ଧାମ ପାଇଁ ଏକ କଷ୍ଟ ମାର୍ଗ ଦେଇ ଯିବାକୁ ପଡୁଛି। ଏହି ଅଞ୍ଚଳ ଦେଇ ଚାଲିବା ସମୟରେ ଥଣ୍ଡା ହେତୁ ଅମ୍ଳଯାନ କମ୍‌ ରହିଥାଏ, ଯାହାକି ହାଇପୋକ୍ସିଆ, ହୃଦ୍‌ଘାତ, ଉଚ୍ଚ ରକ୍ତଚାପ, ଶ୍ବାସ ଆସି ସମସ୍ୟାର କାରଣ ହୋଇଥାଏ। ଅଧିକାଂଶ ତୀର୍ଥଯାତ୍ରୀଙ୍କୁ ମୃତ୍ୟୁ ଏହି କାରଣରୁ ଘଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe