ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପିତାଙ୍କ ରହସ୍ୟଜନକ ହାଜତ ମୃତ୍ୟୁ ମାମଲାରେ ଆଜି ଦିଲ୍ଲୀ କୋର୍ଟ ଅଭିଯୁକ୍ତ ଉନ୍ନାଓ ବିଧାୟକ କୁଲଦୀପ ସେଙ୍ଗର, ତାଙ୍କ ଭାଇ ଅତୁଲ ସେଙ୍ଗର, ୩ ଉତ୍ତରପ୍ରଦେଶ ପୁଲିସ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛନ୍ତି। ୨୦୧୮, ଏପ୍ରିଲ ୯ ତାରିଖରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପିତାଙ୍କ ହାଜତ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ସୁପ୍ରିମକୋର୍ଟରେ ମଧ୍ୟ ଆଜି ଉନ୍ନାଓ ଦୁଷ୍କର୍ମ ମାମଲାର ଶୁଣାଣି ଥିଲା। ଜିଲ୍ଲା ବିଚାରପତି ଧର୍ମେଶ ଶର୍ମା ଏହି ମାମଲାରେ ସେଙ୍ଗରଙ୍କ ସହ ଅନ୍ୟମାନଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛନ୍ତି।
ଉନ୍ନାଓ ବିଧାୟକ ଏବଂ ସହଯୋଗୀଙ୍କ ବିରୋଧରେ ଚାର୍ଜଫ୍ରେମ୍
Advertisment
Follow Us