ପୁଲିସ ଅଧିକାରୀଙ୍କ ଗାଡ଼ି ଧକ୍କାରେ ନାବାଳକଙ୍କ ମୃତ୍ୟୁ; ରାସ୍ତା ସଫା ପାଇଁ ବାପାଙ୍କ ପାଖକୁ ଗଲା ୧୬ହଜାର ଟଙ୍କାର ବିଲ

Advertisment
ପୁଲିସ ଅଧିକାରୀଙ୍କ ଗାଡ଼ି ଧକ୍କାରେ ନାବାଳକଙ୍କ ମୃତ୍ୟୁ; ରାସ୍ତା ସଫା ପାଇଁ ବାପାଙ୍କ ପାଖକୁ ଗଲା ୧୬ହଜାର ଟଙ୍କାର ବିଲ

ନୂଆଦିଲ୍ଲୀ: ଅତ୍ୟଧିକ ମଦ୍ୟପାନ କରି ଓ ଦ୍ରୁତଗତିରେ ଗାଡ଼ି ଚଲାଇବା ହେତୁ ସାରା ବିଶ୍ୱରେ ଅନେକ ସଡ଼କ ଦୁର୍ଘଟଣା ଘଟିବାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଚାଳକଙ୍କର ତ ଜୀବନ ଯାଇଥାଏ ଏଥିସହିତ  ଅନେକ ନିରୀହ ଲୋକ ବି ପ୍ରାଣ ହରାଇ ଥାଆନ୍ତି। ଏଥିପାଇଁ ଲୋକମାନଙ୍କୁ ମଦ୍ୟାପନ କରି ଗାଡ଼ି ଚଲାଇବାକୁ ବାରମ୍ବାର ବାରଣ କରାଯାଉଛି। ଏମିତି କି ଦ୍ରୁତ ଗତି ମହାବିପତି ବୋଲି ଲୋକଙ୍କୁ ସ‌ଚେତନ ବି କରାଯାଉଛି।

ଏହି କ୍ରମରେ ଦେଖିବାକୁ ଗଲେ ଗତବର୍ଷ ଇଟାଲୀରେ ଜଣେ ୧୭ ବର୍ଷର ନାବାଳକଙ୍କ ସଡ଼କ ଦୁଃଖଟଣାରେ ଜୀବନ ଚାଲି ଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହି ଦୁର୍ଘଟଣା ଜଣେ ପୁଲିସ ଅଧିକାରୀ ଘଟାଇଥିଲେ। ଦୁର୍ଘଟଣା ଘଟାଇଥିବା ପୁଲିସ ଅଧିକାରୀ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ମୃତ ବାଳକଙ୍କ ନାମ ଡେଭିଡ୍ ପାୱନ। ଡେଭିଡ ତାଙ୍କ ସ୍କୁଟର‌ରେ ଯାଉଥିବା ବେଳେ ପୁଲିସ ଅଧିକାରୀଙ୍କ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ପୁଲିସ ଅଧିକାରୀଙ୍କ ଗାଡ଼ି ତଳେ ପଡ଼ି ଯାଇଥିଲେ। ଏହି ଦୁର୍ଘଟଣାର ଶିକାର ହେବା ପରେ ଡେଭିଡଙ୍କ ରାସ୍ତାରେ ଅଜସ୍ର ରକ୍ତସ୍ରାବ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

ଦୁର୍ଘଟଣା ଘଟାଇଥିଲା ପୁଲିସ ଅଧିକାରୀଙ୍କ ନାମ ସାମୁଏଲ ସେନୋ।  ଡେଭିଡଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।  ତାଙ୍କ ବିରୋଧରେ ଏହି ମାମଲା ବିଚାରାଧୀନ ଥିବ‌ା ହେତୁ ଘରେ ପୁଲିସ ଅଧିକାରୀଙ୍କୁ ନଜର ବନ୍ଦୀରେ ରଖାଯାଇଛି।

ଏହି ଦୁର୍ଘଟଣା  ୨୦୨୨ ମଇ ୮ ତାରିଖରେ ଘଟିଥିବା ବେଳେ ଏହି ଘଟଣାକୁ ନେଇ ଡେଭିଡଙ୍କ ବାପା ଓ ମା’ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି।

ଡେଭିଡଙ୍କ ବାପା ଓ ମା’ କହିଛନ୍ତି, ଦୁର୍ଘଟଣା ପରେ ଫୁଟପାଥରେ ପୁଅ ପଡ଼ିଥିବା ବେଳେ ତା’ ଶରୀରରୁ ରକ୍ତ ବୋହି ଯାଇଥିଲା।  ରାସ୍ତାରୁ ଏହି ରକ୍ତକୁ ସଫା କରିବା ପାଇଁ ୧୬.୨୦୦ ଟଙ୍କାର ଆମ ପାଖକୁ ଏକ ବିଲ୍ ପଠାଯାଇଥିଲା । ପ୍ରଥମେ ଭାବିଥିଲୁ ଏହି ବିଲ୍ ଏକ ପ୍ରକାର ପରିହାସ ହୋଇପାରେ । କିନ୍ତୁ ପରେ ଜାଣିଲୁ ଯେ ଏହି ବିଲଟି ବାସ୍ତବ।  ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ସ୍କୁଟରର ଆବର୍ଜନା ଏବଂ ଡେଭିଡର ରକ୍ତ ସଫା କରିବା ପାଇଁ ଉକ୍ତ ବିଲରେ ସୂଚିତ ହୋଇଥିବା ଟଙ୍କା ଯଥାଶୀଘ୍ର ପୈଠ କରିବାକୁ ଚେତାବନୀ ଦିଆଯାଇଥିଲା।  ନଚେତ୍ ଜରିମାନା ବୃଦ୍ଧି ପାଇବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe