ଏମ୍‌ ଜେ ଅକବରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗର ଯାଞ୍ଚ କରାଯିବ: ଅମିତ ଶାହା

ଏମ୍‌ ଜେ ଅକବରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗର ଯାଞ୍ଚ କରାଯିବ: ଅମିତ ଶାହା

ନୂଆଦିଲ୍ଲୀ: କନିଷ୍ଠ ବୈଦେଶିକ ମନ୍ତ୍ରୀ ଏମ୍‌ଜେ ଅକବରଙ୍କ ବିରୋଧରେ ହୋଇଥିବା ଅସଦାଚରଣ ଅଭିଯୋଗର ଯାଞ୍ଚ କରାଯିବ ବୋଲି ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ଏ ଅଭିଯୋଗ ସତ ନା, ମିଛ ପରଖିବାକୁ ପଡ଼ିବ। ଏହି ପୋଷ୍ଟ୍‍ର ଏବଂ ଏହାକୁ ପୋଷ୍ଟ୍‍ କରିଥିବା ବ୍ୟକ୍ତିଙ୍କ ସତ୍ୟତା ଉପରେ ମଧ୍ୟ ଆମେ ଯାଞ୍ଚ କରିବୁ। ମୋ ନାଁ’ରେ ବି ଆପଣମାନେ କିଛି ପୋଷ୍ଟ୍‍ କରି ଦେଇ ପାରନ୍ତି। କିନ୍ତୁ, ଏ ମାମଲାରେ ଆମେ ନିଶ୍ଚୟ ତଦନ୍ତ କରିବୁ।

ଅମିତଙ୍କର ଏହି ମନ୍ତବ୍ୟରୁ ଜଣାପଡୁଛି ଯେ ଦଳ ଏହି ବିବାଦକୁ ଗୁରୁତ୍ୱ ସହକାରେ ଗ୍ରହଣ କରିଛି। କେତେକ ପ୍ରକାଶନର ସମ୍ପାଦକ ଥିବା ସମୟରେ ଅକ୍‌ବର୍‌ କେତେ ଜଣ ସାମ୍ବାଦିକାଙ୍କ ସହ ଅସଦାଚରଣ କରିଥିଲେ ବୋଲି ମିଇଁ ଠୁ’ ପ୍ଲାଟ୍‌ଫର୍ମରେ ସେମାନେ ଅଭିଯୋଗ କରିଛନ୍ତି।

ଯଦିବା ଶାହା କହିଲେ ଯେ ସାମାଜିକ ଗଣମାଧ୍ୟ ଯାଞ୍ଚରହିତ ଅଭିଯୋଗର ପ୍ଲାଟ୍‌ଫର୍ମ ହୋଇ ପାରେ, ତଥାପି ତାଙ୍କ ମନ୍ତବ୍ୟ ଅକବରଙ୍କ ପ୍ରତି ହୋଇଥିବା ଅଭିଯୋଗ ବିଜେପି ଉପରେ କେତେ ନକରାତ୍ମକ ପ୍ରଭବ ପକାଇଛି ତାହା ଦର୍ଶାଉଛି। ଅକବର ସରକାରରେ ରହିଲେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe