ଆତଙ୍କବାଦକୁ ଅର୍ଥ ଯୋଗାଣ ପାଇଁ ଦାଉଦ ଇବ୍ରାହିମ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ

Advertisment
ଆତଙ୍କବାଦକୁ ଅର୍ଥ ଯୋଗାଣ ପାଇଁ ଦାଉଦ ଇବ୍ରାହିମ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ

Deccan Herald

ନୂଆଦିଲ୍ଲୀ : ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ନେଟୱାର୍କ ଏବଂ ଏକ ଅନ୍ତର୍ଜାତୀୟ ସଂଗଠିତ ଅପରାଧିକ ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ, ତା ସହଯୋଗୀ ଛୋଟା ସକିଲ ଏବଂ 'ଡି କମ୍ପାନୀ'ର ଅନ୍ୟ ତିନି ଜଣ ସଦସ୍ୟଙ୍କ ବିରୋଧରେ ପାଇଁ ଚାର୍ଜସିଟ୍ ଦାଖଲ କରିଛି ।

ଚାର୍ଜସିଟରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଆରିଫ ଅବୁବକର ଶେଖ, ସବିର ଅବୁବାକର ଶେଖ ଏବଂ ମହମ୍ମଦ ସଲିମ କୁରେଶୀ ।

ଏନଆଇଏ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଡି-କମ୍ପାନୀର ସଦସ୍ୟମାନେ, ଏକ ଆତଙ୍କବାଦୀ ଗ୍ୟାଙ୍ଗ ଏବଂ ଏକ ସଂଗଠିତ ଅପରାଧ ସିଣ୍ଡିକେଟ୍, ବିଭିନ୍ନ ପ୍ରକାରର ବେଆଇନ କାର୍ଯ୍ୟକଳାପ କରି ଗ୍ୟାଙ୍ଗର ଅପରାଧିକ କାର୍ଯ୍ୟକଳାପକୁ ଆଗକୁ ବଢାଇଚାଲିଛନ୍ତି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଲୋକମାନଙ୍କୁ ହତ୍ୟା, ଆକ୍ରମଣ ଧମକ ଦେଇ  ବିପୁଳ ପରିମାଣରେ ଅର୍ଥ ଆଦାୟ କରୁଛନ୍ତି ଓ ଉକ୍ତ ଅର୍ଥକୁ ନିଜର ବେଆଇନ କାର୍ଯ୍ୟକଳାପ ଓ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟ କରିବା ପାଇଁ ବ୍ୟବହାର କରାଯାଉଛି । ହାଓ୍ବାଲା ଚ୍ୟାନେଲ ମାଧ୍ୟମରେ ଭାରତରୁ ବିପୁଳ ପରିମାଣର ଅର୍ଥ ଦାଉଦ ପାଖକୁ ଯାଉଛି ଓ ଏହି ଅର୍ଥର କିିଛି ଅଂଶ ଆତଙ୍କବାଦୀମାନଙ୍କ ପାଖକୁ ଯାଉଛି ବୋଲି ଏନଆଇଏ କହିଛି ।

ଗତ ଅଗଷ୍ଟ ମାସରେ ଏନଆଇଏ ଦାଉଦ ଇବ୍ରାହିମ ଉପରେ  ୨୫ ଲକ୍ଷର  ପୁରସ୍କାର ଘୋଷଣା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe