ଚରକ ସଂହିତାରେ ରହିଛି କରୋନା ଭୂତାଣୁ ପ୍ରସଙ୍ଗ ! ଔଷଧ ସେବନ ସହ ରହିଛି ଏକାନ୍ତବାସର କଥା

ଚରକ ସଂହିତାରେ ରହିଛି କରୋନା ଭୂତାଣୁ ପ୍ରସଙ୍ଗ ! ଔଷଧ ସେବନ ସହ ରହିଛି ଏକାନ୍ତବାସର କଥା

Times of India

ନୂଆଦିଲ୍ଲୀ: ପାଞ୍ଚ ହଜାର ବର୍ଷର ପୁରୁଣା ଆୟୁର୍ବେଦ ଶାସ୍ତ୍ରରେ ନଭେଲ କରୋନାଭୂତାଣୁ ଭଳି ଏକ ଭୂତାଣୁର ପ୍ରସଙ୍ଗ ରହିଛି। ଏହା ଦାବି କରିଛନ୍ତି ଆୟୁଶକ୍ତି କମ୍ପାନି ସିଏମ୍‌ଡି ଡା. ସ୍ମିତା ନାରମ୍‌। 'କୃମି' ମାନେ 'ସଂକ୍ରମଣ' ଅଧ୍ୟାୟରେ ସେ ଏହି ରହସ୍ୟମୟ ସତ୍ୟର ସନ୍ଧାନ କରିଛନ୍ତି। ଯାହା ପୂରାପୂରି କରୋନାଭୂତାଣୁ ସଂକ୍ରମଣ ସହିତ ସମାନ। ସେଇ ଭୂତାଣୁମାନେ 'ମହାସୂକ୍ଷ୍ମ' ହୋଇଥିବାରୁ ସେମାନଙ୍କୁ ଖାଲି ଆଖିରେ ଦେଖିହେବ ନାହିଁ। ଏଥିପାଇଁ ସ୍ୱତନ୍ତ୍ର ସରଂଜାମ ଦରକାର।

''ଶ୍ଳେଷ୍ମା କୃମି'' କହାଯାଇଥିବା ଏହି ଭୂତାଣୁ ମଣିଷର ଶ୍ୱସନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଏହି ଭୂତାଣୁ କଠିନ, ଗୋଲାକାର ଏବଂ ତାହା ଉପରେ ଖୁଣ୍ଟା ଖୁଣ୍ଟା ରହିଥାଏ। ଏହି ଭୂତାଣୁ ପ୍ରଭାବରେ ନାକ ଚୁଣ୍ଟି ହୋଇଯାଏ, ଅଣନିଃଶ୍ୱାସୀ ଲାଗେ ଏବଂ ରୋଗୀର ମୃତ୍ୟୁର କାରଣ ମଧ୍ୟ ହୋଇଥାଏ। ଏହାର ପ୍ରତିଷେଧ ପାଇଁ ତିନିଟି ଉପାୟ ରହିଛି – ନିଜକୁ ଏକାନ୍ତବାସରେ ରଖିବେ, ସେମାନଙ୍କୁ କିଛି ଖାଇବାକୁ ଦେବେ ନାହିଁ ନ ହେଲେ ସେମାନେ ସକ୍ରିୟ ହୋଇଯିବେ। ମାନେ କଫ ବୃଦ୍ଧିକାରୀ କିଛି ଖାଦ୍ୟ ଖାଇବେନି। ତାହା ଗହମ, ରୁଟି ଓ ଦୁଗ୍‌ଧ ଉତ୍ପାଦ।

publive-image Twitter

ସେହି ସଂହିତାରେ ଅଛି ଯେ କିଛି ଜଡିବୁଟି ପ୍ରୟୋଗରେ ଶ୍ୱସନଦ୍ୱାରଗୁଡ଼ିକ ଖୋଲିଯାଏ। ଏକ ସହଜ ଔଷଧ ବା ପଥି ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଯେଉଁଥିରେ ରହିଛି ଡାଳିମ୍ବ, ତୁଳସୀପତ୍ର, ଅଦା, ହଳଦୀର ମିଶ୍ରଣକୁ ଗରମପାଣିରେ ପକାଇ ଦୁଇ ତିନି ଥର ପିଇଲେ ଏହି ରୋଗ ଦୂରେଇଯାଏ। ଡାଳିମ୍ବ, କାଳିମେଘ, ଶୁଣ୍ଠି, ତୁଳସୀ, ଡାଳଚିନି ଆଦି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିର ସାଧନ ବୋଲି ତହିଁରେ ବତାଯାଇଛି। ଡାକ୍ତର ନାରମ୍ ଆହୁରି କହିଛନ୍ତି ଯେ ମଣିଷ ଶରୀରରୁ ନିୟମିତ ବ୍ୟବଧାନରେ ବିଷହରଣ କରାଗଲେ ମଣିଷ ସୁସ୍ଥ ଓ ଦୀର୍ଘାୟୁ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe