Photo Credits: ANI
ରାୟପୁର: ହାଇଦ୍ରାବାଦ ଡାକ୍ତରାଣୀଙ୍କୁ ନିର୍ମମ ଭାବେ ଗଣଦୁଷ୍କର୍ମ କରି ଜାଳି ଦେବାର ସପ୍ତାହେ ପରେ ଛତିଶଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା। ସୋମବାର ରାୟପୁରର ନାକଟି ପୁଲିସ୍ ଷ୍ଟେସନ୍ ଅଞ୍ଚଳରୁ ଛତିଶଗଡ଼ ପୁଲିସ୍ ଜଣେ ମହିଳା ଓ ତାଙ୍କର ଏକ କୁନି ପିଲାକୁ ଅର୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଛି। ଏହି ଦୁଇଟି ଶରୀର ଉଦ୍ଧାର ହେବା ପରେ ପୁଲିସ୍ ଦୋଷୀକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ସୋମବାର ସକାଳୁ କିମ୍ବା ରବିବାର ବିଳମ୍ବିତ ରାତିରେ କେହି ମହିଳା ଓ ତାଙ୍କ ପିଲାଙ୍କୁ ନିଆଁ ଲଗାଇ ଦେଇଛନ୍ତି। ତେବେ, କିଏ ଓ କାହିଁକି ଏପରି କରିଛି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ପୁଲିସ୍ ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ସହିତ କୌଣସି ପ୍ରକାର ଯୌନ ଶୋଷଣ ନହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।
Follow Us