‘ଶାନ୍ତ ହୁଅ... ଆମକୁ ଟିକେ ଶୋଇବାକୁ ଦିଅ’: ଘିବଲି ଟ୍ରେଣ୍ଡ୍ ଭାଇରାଲ ପରେ ଅନୁରୋଧ କଲେ ଚାଟ୍ ଜିପିଟି ସିଇଓ

open ai

Photograph: (sambad.in)

ନୂଆଦିଲ୍ଲୀ: ‘ଦୟାକରି ଆପଣମାନେ ଟିକେ ଶାନ୍ତ ହୁଅନ୍ତୁ... ଫଟୋ ଜେନେରେଟ୍ କରିବା ଟିକେ ବନ୍ଦ କରନ୍ତୁ ଆଉ ଆମ ଟିମକୁ ଟିକେ ଶୋଇବାକୁ ଦିଅନ୍ତୁ...’ ଘିବଲି ଇମେଜ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିବା ପରେ ଆଉ ଏହି ପୋଷ୍ଟ ନିଆଁ ଭଳି ଭାଇରାଲ ହେବା ପରେ ଏମିତି ପୋଷ୍ଟ କରି ୟୁଜର୍ସଙ୍କୁ ଅନୁରୋଧ କରିଛନ୍ତି ଚାଟ୍ ଜିପିଟି ନିର୍ମାତା ତଥା ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ।

ତେବେ ଓପନ ଏଆଇର ସିଇଓଙ୍କ ଏହି ଅନୁରୋଧ ଭରା ପୋଷ୍ଟ ପରେ ଆପଣମାନେ ଅନୁମାନ କରନ୍ତୁ ଏବେ ସୋସିଆଲ ମିଡିଆରେ କେମିତି ଘିବଲି ଇମେଜର ଚାହିଦା ରହିଛି ଆଉ ଏହା କେମିତି ଭାଇରାଲ ହେଉଛି । ଚାଟ୍ ଜିପିଟି ଜରିଆରେ କୋଟି କୋଟି ଲୋକ ଏହି ଫଟୋ ଘିବଲି ଫର୍ମାଟରେ କରି ମାଳମାଳ ପୋଷ୍ଟ କରୁଥିବାରୁ ଏବେ ଉକ୍ତ ପ୍ଲାଟଫର୍ମ ମଧ୍ୟ ସ୍ଲୋ ହେଉଛି ।

ତେବେ ଯଦି ଆପଣ ଏଇ କିଛି ଦିନ ହେବ ସୋସିଆଲ ମିଡିଆରେ ସ୍କ୍ରଲିଂ କରୁଥିବେ ତାହାଲେ ଆପଣ ନିହାତି ଫେସବୁକ, ଇଷ୍ଟାଗ୍ରାମ, ଏକ୍ସ ଆଦି ପ୍ଲାଟଫର୍ମରେ ଘିବଲି ଷ୍ଟାଇଲ ଫଟୋ ନିହାତି ଦେଖିବାକୁ ପାଉଥିବେ । ନେତାଙ୍କର ହେଉ କି ଅଭିନେତାଙ୍କର ଅବା ହେଉ ଖେଳାଳୀଙ୍କର ଏଆଇ ଜେନେରେଟେଡ ଫଟୋ ନିହାତି ଦେଖିଥିବେ । ଆଉ ଯେତେବେଳେ ଆପଣ ଆପଣଙ୍କ ନିଜର ବନ୍ଧୁ, ସାଙ୍ଗ, ସମ୍ପର୍କୀୟଙ୍କ ଫଟୋ ଘିବଲି ଷ୍ଟାଇଲରେ ଦେଖିଥିବା ଆପଣ ନିହାତି ପଚାରିଥିବେ- ଆରେ ଭାଇ ଏଇଟା କେମିତି କଲୁ ? କେଉଁ ଆପରେ କଲୁ, ମତେ କହ ମୁଁ ବି କରିବି... ଆପଣଙ୍କ ପ୍ରଶ୍ନର ଉତ୍ତର ମିଳିବା ପରେ ଆପଣ ଚାଟ୍ ଜିପିଟି ହେଉ କିମ୍ବା ଏକ୍ସର ଗ୍ରୋକରେ ଯାଇ ନିଜ ଫଟୋ ପକାଇ ଘିବଲି ଷ୍ଟାଇଲ ଆର୍ଟରେ ନିଜ ଫଟୋକୁ କନଭର୍ଟ କରି ନୂତନ ଧରଣର ଏଆଇ ଫଟୋ ପାଇ ସୋସିଆଲ ମିଡିଆରେ ଷ୍ଟାଟସ ରଖିଥିବେ ।

ଘିବଲି ଷ୍ଟାଇଲ ଫଟୋ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ହୋଇଗଲାଣି । ଆଉ ଏହି ଟ୍ରେଣ୍ଡ ନିଆଁ ଭଳି ଭାଇରାଲ ହେଉଛି । କ୍ରିକେଟ ବିଶ୍ବକପ ବିଜୟର ଖୁସି ଠାରୁ ନେଇ ମୋଦୀଙ୍କ ଶପଥ । ବାହୁବଳୀ ଠାରୁ ଆରମ୍ଭ କରି ଡିଡିଏଲଜେ ସିନେମା ଯାଏଁ ସବୁଥିରେ ଏବେ ସୋସିଆଲ ମିଡିଆରେ ଘିବଲି ଷ୍ଟାଇଲ ଫଟୋ ଦେଖିବାକୁ ମିଳୁଛି । ଯେତେବେଳେ ସାରା ଦୁନିଆର ଲୋକେ ଘିବଲି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ସେତେବେଳେ ନିଜକୁ ସେହି ଟ୍ରେଣ୍ଡରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ ୧୦ରୁ ଅଧିକ ଘିବଲି ଷ୍ଟାଇଲ ଫଟୋ ମୋଦୀଙ୍କର ଭାଇରାଲ ହେଉଛି ।

ଖାଲି କଣ ମୋଦୀ ବରଂ ଶାହା, ଆତିଶୀ, ଶଶୀ ଥରୁର, ଅଖିଳେଶ ଯାଦବ, ଜେ.ପି ନଡ୍ଡାଙ୍କ ସମେତ ଓଡିଶା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭଳି ଅନେକ ରାଜନେତାଙ୍କ ଘିବଲି ଷ୍ଟାଇଲ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାହୁଲ ଗାନ୍ଧୀ ଦାଢି ରଖା ଫଟୋ ବି ଘିବଲି ଷ୍ଟାଇଲରେ ଏବେ ଖୁବ୍ ଟ୍ରେଣ୍ଡରେ ରହିଛି । ଆଇସିସି ଚାମ୍ପିୟନ୍ସ ଟ୍ରଫି ବିଜୟର ମୁହୂର୍ତ୍ତ ହେଉ କି ଅନୁଷ୍କାଙ୍କ ସହ କୋହଲିଙ୍କ ପଡିଆର ଫଟୋର ଘିବଲି ଷ୍ଟାଇଲ ଇମେଜ ବେଶ୍ ଟ୍ରେଣ୍ଡରେ ରହିଛି ।

ଓଡିଶାର ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇ ମଧ୍ୟ ଘିବଲି ଷ୍ଟାଇଲ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହାପ୍ରଭୁ ଜଗନ୍ନାଥଙ୍କ ଅଧରପଣା ନୀତି କୁହନ୍ତୁ କି କଟକ ବାଲିଯାତ୍ରା ପଡିଆ, ୱାଚ ଟାୱାର, ଦଶରା ମେଢ ଓ ଦହିବରାକୁ ନେଇ ଘିବଲି ଷ୍ଟାଇଲରେ ଫଟୋ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe