ଛତିଶଗଡ଼ ନକଲି ସେକ୍ସ ସିଡି ଘଟଣା: ସିବିଆଇ କରିବ ତଦନ୍ତ

Advertisment

ପିସିସି ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ

ପିସିସି ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ

ସିବିଆଇର ‘ବ୍ଲାକ୍ ରୋଜ୍’ ତନାଘନା, ୪ ଦିନ ବନ୍ଦର କାର୍ଯ୍ୟାଳୟରେ ଖୋଳତାଡ଼

ରାୟପୁର: ଛତିଶଗଡ଼ରେ ନକଲି ସେକ୍ସ ସିଡିି ଘଟଣାରେ ଗତକାଲି ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମା ଗିରଫ ହେବାପରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଛତିଶଗଡ଼ର ପୂର୍ତ୍ତ ମନ୍ତ୍ରୀ ରାଜେଶ ମୁନତଙ୍କ ବିରୋଧରେ ଏହି ସେକ୍ସ ସିଡିକୁ ବଜାରକୁ ଛାଡ଼ିବାର ଧମକ ଦେଇ ତାଙ୍କୁ ବଟି ମାଗିଥିବା ଅଭିଯୋଗରେ ଗତକାଲି ବିନୋଦ ଗିରଫ ହୋଇଥିଲେ। ତେବେ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ) କରିବ ବୋଲି ଆଜି ଛତିଶଗଡ଼ ସରକାର ଘୋଷଣା କରିଛନ୍ତି। ଅପରପକ୍ଷେ, ଆଜି ଶ୍ରୀ ମୁନତ୍‌ଙ୍କ ସମେତ ଛତିଶଗଡ଼ର ଦଳେ ମନ୍ତ୍ରୀ ଏବଂ ଦଳୀୟ କର୍ମୀ ସ୍ଥାନୀୟ ସିଭିଲ୍‌ ଲାଇନ୍‌ସ ଥାନାରେ ଏହି ମାମଲାରେ ରାଜ୍ୟ କଂଗ୍ରେସ ମୁଖ୍ୟ ଭୂପେଶ ବାଘେଲଙ୍କ ବିରୋଧରେ ଏତଲା କରିଛନ୍ତି। ତାହାକୁ ଭିତ୍ତି କରି ପୁଲିସ ବାଘେଲ୍‌ଙ୍କ ବିରୋଧରେ ଏକ ମାମଲା ରୁୁଜୁ କରିଛି।

ମୁନତ୍‌ଙ୍କ ଅଭିଯୋଗ ଅଭିଯୋଗ ଅନୁଯାୟୀ, ବର୍ମା ଏବଂ ବାଘେଲ ନକଲି ସେକ୍ସ ସିଡିର ବ୍ୟବହାର କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ତେବେ ସେ ଯେକୌଣସି ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମୁନତ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସାମ୍ବାଦିକ ବର୍ମାଙ୍କୁ ଗତକାଲି ତାଙ୍କ ଗାଜିଆବାଦ୍‌ ସ୍ଥିତ ଇନ୍ଦିରାପୁରମ ବାସଭବନରୁ ପୁଲିସ ଗିରଫ କରିବା ପରେ ତାଙ୍କ ବିରୋଧରେ ଦାଦାବଟି ଆଦାୟ ଏବଂ ଧମକ ଦେବା ପାଇଁ ଆଇପିସିର ଧାରା ୩୮୪ ଏବଂ ୫୦୬ରେ ମାମଲା ରୁଜୁୁ କରିଛି। ଅନ୍ୟପକ୍ଷରେ, ନିର୍ଦ୍ଦୋଷ ଏବଂ ତାଙ୍କୁ ଫସାଇ ଦିଆଯାଇଛି ବୋଲି ବିନୋଦ କହିଛନ୍ତି। । କଂଗ୍ରେସ ଏହାକୁ ତୀବ୍ର ବିରୋଧ କରୁଥିବା ବେଳେ ଏହି ଘଟଣାରେ କଂଗ୍ରେସର ବିବାଦୀୟ ଭୂମିକା ନେଇ ମୁଖ୍ୟମନ୍ତ୍ରୀ ରମଣ ସିଂହ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe