Image Courtesy of India Today
ନୂଆଦିଲ୍ଲୀ: ରାଜସ୍ଥାନ ଏବଂ ଦିଲ୍ଲୀ କଂଗ୍ରେସ ରାଜ୍ୟ କମିଟି ପରେ ଆଜି ଛତିଶଗଡ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିଛି । ଗତକାଲି ଜୟପୁର ଏବଂ ଦିଲ୍ଲୀରେ ମଧ୍ୟ ଏହି ସଂକଳ୍ପ ପାରିତ ହୋଇଥିଲା। ସୂଚନା ଥାଉ କି ଯେ କଂଗ୍ରେସର ଭବିଷ୍ୟତ ସଭାପତିଙ୍କୁ ରାଜ୍ୟ ସଭାପତି, କୋଷାଧ୍ୟକ୍ଷ ତଥା ଏଆଇସିସିରେ ପ୍ରତିନିଧୀ ଭାବରେ ନିଯୁକ୍ତ କରିବାର ଅଧିକାର ରାଜ୍ୟ କଂଗ୍ରେସ କମିଟି ମଧ୍ୟ ପ୍ରଦାନ କରିଛି। ଛତିଶଗଡ଼ କଂଗ୍ରେସର ରାଜ୍ୟ ମୁଖ୍ୟାଳୟ ରାଜୀବ ଭବନରେ ଅନୁଷ୍ଠିତ ବୈଠକରେ ଉଭୟ ସଂକଳ୍ପ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଜାତୀୟ ସଭାପତି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
ଏଆଇସିସି ସଭାପତି ରାହୁଲ ଗାନ୍ଧୀ ହେବା ଉଚିତ୍। ସେହିପରି ଛତିଶଗଡ଼ କଂଗ୍ରେସର ନେତା ମୋହନ ମାର୍କମ୍ ଏଆଇସିସି ପ୍ରତିନିଧି, ରାଜ୍ୟ ସଭାପତି, କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ କରିବାକୁ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସଭାପତିଙ୍କୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ମଧ୍ୟ ସମର୍ଥନ କରାଯାଇଛି ଏବଂ ଉଭୟ ସଂକଳ୍ପ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ସୂଚନା ଥାଉ କି ରାହୁଲ୍ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରାଯିବା ଉଚିତ ବୋଲି ଦର୍ଶାଇ ରାଜସ୍ଥାନ କଂଗ୍ରେସ ପ୍ରଥମେ ପ୍ରସ୍ତାବନା ପାରିତ କରିଥିଲା ।
ସୂଚନାଯୋଗ୍ୟ, ପ୍ରତ୍ୟେକ ପ୍ରଦେଶରେ ଚାଲିଥିବା ପ୍ରଦେଶ କଂଗ୍ରେସ କମିଟି ବୈଠକରେ ଦୁଇଟି ପ୍ରସ୍ତାବନା ପାରିତ କରାଯାଉଛି। ଏହି ସବୁ ପ୍ରସ୍ତାବନାରେ ଉଲ୍ଲେଖ କରାଯାଉଛି କି, ‘ପିସିସି’ ଏବଂ ‘ଏଆଇସିସି’ ସଦସ୍ୟମାନଙ୍କୁ ନିଯୁକ୍ତି କରିବା ଲାଗି ଆମେ ଆଗାମୀ କଂଗ୍ରେସ ଅଧ୍ୟକ୍ଷଙ୍କୁ ସ୍ବୀକୃତି ଦେଉଛୁ। ପୁଦ୍ଦୁଚେରୀ ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରସ୍ତାବନା ଜରିଆରେ ଦାବି କରିଛି ଯେ, ରାହୁଲ୍ ଗାନ୍ଧୀଙ୍କୁ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ କରାଯାଉ।
  
 Follow Us