ଶସ୍ତାରେ ମିଳିବ ସ୍କୁଟି: ସରକାରଙ୍କ ବଡ ନିଷ୍ପତ୍ତି; ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସୁଯୋଗ

Advertisment
ଶସ୍ତାରେ ମିଳିବ ସ୍କୁଟି: ସରକାରଙ୍କ ବଡ ନିଷ୍ପତ୍ତି; ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସୁଯୋଗ

ନୂଆଦିଲ୍ଲୀ: ଦୁଇ ଚକିଆ କିଣୁଥିବା ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ଇଲେକ୍ଟ୍ରିକ୍ ମୋବିଲିଟି ପ୍ରୋମୋସନ୍ ସ୍କିମ୍ (ଇଏମପିଏସ୍)କୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲୋକଙ୍କୁ ଶସ୍ତା ଦରରେ ଦୁଇ ଚକିଆ ଯାନ ଯୋଗାଇବା ପାଇଁ ସରକାର ୨୭୮ କୋଟି ଟଙ୍କାର ଅଧିକ ସବସିଡି ପ୍ରଦାନ କରିଛନ୍ତି। ସରକାରଙ୍କ ଏହି ଯୋଜନା ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ, ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ଏବଂ ଇ-ରିକ୍ସା ଉପରେ ସବସିଡି ପ୍ରଦାନ କରୁଛି। ଇଲେକ୍ଟ୍ରିକ୍ ୪ ଚକିଆ ଯାନ ଏଥିରେ ଅନ୍ତର୍ଭୂକ୍ତ ନୁହେଁ ।

ବାସ୍ତବରେ,୨୦୨୪ ବଜେଟ୍ ପରେ କେନ୍ଦ୍ର ସରକାର ବୈଦ୍ୟୁତିକ ମୋବିଲିଟି ପ୍ରୋତ୍ସାହନ ଯୋଜନା ଅଧୀନରେ ଦିଆଯାଇଥିବା ସବସିଡି ୫୦୦ କୋଟିରୁ ୭୭୮ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲୋକଙ୍କୁ ୨୭୮ କୋଟି ଟଙ୍କାର ଅଧିକ ସବସିଡି ପ୍ରଦାନ କରାଯିବ। ଅଟୋ ବିଶେଷଜ୍ଞମାନେ ଘୋଷଣା କରିଛନ୍ତି ସରକାର ଏହି ଯୋଜନାର ଅବଧି ଆହୁରି ବଢ଼ାଇବାର ମଧ୍ୟ ସମ୍ଭାବନା ରହିଛି।

ସୂଚନାନୁସାରେ, କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରଣାଳୟ ୧୩ ମାର୍ଚ୍ଚ ୨୦୨୪ରେ ଇଲେକ୍ଟ୍ରିକ୍ ମୋବିଲିଟି ପ୍ରୋମୋସନ୍ ସ୍କିମ୍ ଆରମ୍ଭ କରିଥିଲେ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶରେ ବୈଦ୍ୟୁତିକ ଯାନ ବିକ୍ରିକୁ ପ୍ରୋତ୍ସାହିତ କରିବା। ଏହି ଯୋଜନା ୩୧ ଜୁଲାଇ ୨୦୨୪ରେ ଶେଷ ହେବାର ଥିଲା ତେବେ ସରକାରଙ୍କ ଦ୍ବାରା ଏହି ଯୋଜନାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ, ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ଏବଂ ଇ-ରିକ୍ସା ଉପରେ ସବସିଡି ଉପଲବ୍ଧ ହେଉଛି।

ଇଏମପିଏସ୍ ଅନ୍ତର୍ଗତ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଉପରେ ୫ ଲକ୍ଷ ଟଙ୍କା ସବସିଡି ଉପଲବ୍ଧ ହେବ, ଯାହା ପୂର୍ବରୁ ୩.୩୭ଲକ୍ଷ ଟଙ୍କା ଥିଲା। ଏହା ବ୍ୟତୀତ ଇଲେକ୍ଟ୍ରିକ୍ ତିନି ଚକିଆ ଯାନ କିଣିବାରେ ୬୦,୭୦୯ ଟଙ୍କା ସବସିଡି ଉପଲବ୍ଧ ହେବ ଯାହା ପୂର୍ବରୁ ୪୧,୩୦୬ ଟଙ୍କା ଥିଲା। ଏଥି ସହିତ ବଡ଼ ବୈଦ୍ୟୁତିକ ତିନି ଚକିଆ ଯାନ (ବାଣିଜ୍ୟିକ) ଉପରେ ସବସିଡି ୨୫,୨୩୮ ଟଙ୍କାରୁ ୪୭,୧୧୯ ଟଙ୍କାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe