ଫୋନ୍‌ ଟ୍ୟାପିଂ ମାମଲାରେ ଏସଓଜି ନୋଟିସ ପଠାଇବା ପରେ ପ୍ରଥମେ ଅଡିଓ କ୍ଲିପଗୁଡିକର ସତ୍ୟତା ଯାଞ୍ଚ କରାଯିବା ଉଚିତ୍ ବୋଲି କହିଲେ ଗଜେନ୍ଦ୍ର ସିଂ ଶେଖାୱତ

ଫୋନ୍‌ ଟ୍ୟାପିଂ ମାମଲାରେ ଏସଓଜି ନୋଟିସ ପଠାଇବା ପରେ ପ୍ରଥମେ ଅଡିଓ କ୍ଲିପଗୁଡିକର ସତ୍ୟତା ଯାଞ୍ଚ କରାଯିବା ଉଚିତ୍ ବୋଲି କହିଲେ ଗଜେନ୍ଦ୍ର ସିଂ ଶେଖାୱତ

hindustantimes

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ ଉଷ୍ମତା ଜାରି ରହିଛି। ଅଶୋକ ଗେହଲଟ୍‌ଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ବେଆଇନ ଭାବେ ରାଜନେତାମାନଙ୍କ ଫୋନ୍‌ ଟ୍ୟାପ୍‌ କରୁଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ବିଜେପି ସିବିଆଇ ତଦନ୍ତ ଦାବି କରିଥିଲା। ଏବେ କଂଗ୍ରେସ ଦାବି କରିଛି ଯେ, ବିଜେପି ଗେହଲଟ ସରକାରକୁ ହଟାଇବାକୁ ଚାହୁଁଛି ଏବଂ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ବିଧାୟକ କିଣୁଛନ୍ତି। ଏ ନେଇ କଂଗ୍ରେସ ତାଙ୍କ ବିରୋଧ‌ରେ ଏଫ୍ଆଇଆର୍ ମଧ୍ୟ ପଞ୍ଜିକରଣ କରିଛି। ତେବେ ଏଫ୍ଆଇଆର୍ ଦାଖଲ ପରେ ବର୍ତ୍ତମାନ ଏହି ଘଟଣାକୁ ନେଇ ରାଜସ୍ଥାନ  ପୁଲିସର ଏସଓଜି କେନ୍ଦ୍ର ମନ୍ତ୍ରୀ ଶେଖାୱତଙ୍କୁ ନୋଟିସ ପଠାଇଛି।

Gajendra Singh Shekhawat oneindia

ନୋଟିସ ପାଇବା ପରେ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ତାଙ୍କ କହିବା ମୁତାବକ, ସେ ତଦନ୍ତରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ପୁଲିସ ପ୍ରଥମେ ଅଡିଓ କ୍ଲିପଗୁଡିକର ସତ୍ୟତା ଯାଞ୍ଚ କରିବା ଉଚିତ୍, ଯେଉଁଥିରେ ମୁଁ ଗେହଲଟ ସରକାରକୁ ହଟାଇବାକୁ ବିଧାୟକ କିଣିବା କଥା କହୁଛି। ମୁଁ ପ୍ରଥମେ ଚାହୁଁଛି ଯେ, ସେମାନେ ଅଡିଓ କ୍ଲିପଗୁଡିକର ସତ୍ୟତା ଯାଞ୍ଚ କରନ୍ତୁ, କାହାର ଅନୁମତି ସହିତ ଏହା ରେକର୍ଡ କରାଯାଇଥିଲା? କିଏ ଏହାକୁ ରେକର୍ଡ କରିଛି? ପ୍ରଥମେ ସେମାନେ ସତ୍ୟତା ସହିତ ବାହାରକୁ ଆସିବା ଉଚିତ୍ | ମୁଁ ପୂର୍ବରୁ କହିସାରିଛି ଯେ କୌଣସି ପ୍ରକାରର ଅନୁସନ୍ଧାନରେ ସାହାଯ୍ୟ କରିବା ପାଇଁ ମୁଁ ସବୁବେଳେ ପ୍ରସ୍ତୁତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe