ବହୁ ବିଚାର ଓ ରଣନୀତି ପରେ ରାହୁଲଙ୍କୁ ରାଏବରେଲି ପାଇଁ ବଛାଯାଇଛି: କଂଗ୍ରେସ

ବହୁ ବିଚାର ଓ ରଣନୀତି ପରେ ରାହୁଲଙ୍କୁ ରାଏବରେଲି ପାଇଁ ବଛାଯାଇଛି: କଂଗ୍ରେସ

www.indiatoday.in

ନୂଆଦିଲ୍ଲୀ: କଂଗ୍ରେସ ଦଳ ଶୁକ୍ରବାର ଦିନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସ ରାଏବେରେଲିରୁ ରାହୁଲ ଗାନ୍ଧୀଙ୍କ ନାମ ଘୋଷଣା କରିଥିବା ବେଳେ ଆମେଥିରୁ କିଶୋରୀ ଲାଲ ଶର୍ମାଙ୍କ ନାମ ଘୋଷଣା କରିଛି। ରାଏବରେଲୁରୁ ରାହୁଲଙ୍କ ନାମ ଘୋଷଣା ହେବା ପରେ ଦଳ କହିଛି ଯେ ଏହି ନିଷ୍ପତ୍ତି ଖୁବ୍ ହୁସିଆର୍‌ ଭାବେ ନିଆଯାଇଛି। ଦଳର ଏହି ନିଷ୍ପତ୍ତି ବିଜେପି ଓ ତା’ର ସକର୍ଥକଙ୍କୁ ଦୋହଲାଇ ଦେଇଛି।

ରାହୁଲ ଗାନ୍ଧୀ ରାଏବରେଲିରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଖବର ଉପରେ ଅନେକ ଲୋକଙ୍କ ମତ ରହିଛି। କିନ୍ତୁ ସେ ରାଜନୀତି ଓ ଚେସର ଜଣେ ଅଭିଜ୍ଞ ଖେଳାଳି। ଯତ୍ନର ସହ ବିଚାର କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ବହୁ ବିଚାର ଓ ରଣନୀତି ପରେ ଦଳର ନେତା ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଜୟରାମ ରମେଶ ଏକ୍ସରେ ଏପରି ଲେଖିଛନ୍ତି।

ଏହି ନେତା ଆହୁରି ମଧ୍ୟ କହିଛନ୍ତି ଯେ "ରାବେରେଲି କେବଳ ସୋନିଆ ଜୀଙ୍କର ଆସନ ନୁହେଁ ବରଂ ଇନ୍ଦିରା ଗାନ୍ଧୀଙ୍କ ଆସନ ମଧ୍ୟ। ଏହା ଏକ ପରମ୍ପରା ନୁହେଁ ବରଂ ଏକ ଦାୟିତ୍ୱ, କର୍ତ୍ତବ୍ୟ।"

ଗାନ୍ଧୀ ପରିବାରର ଦୁର୍ଗ କେବଳ ଆମେଥୀ-ରାଏବରେଲି ନୁହେଁ, ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ସମଗ୍ର ଦେଶ ଗାନ୍ଧୀ ପରିବାରର ଗଡ଼। ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶରୁ ତିନିଥର ଏବଂ ଥରେ କେରଳରୁ ସାଂସଦ ହୋଇଛନ୍ତି। ବିନ୍ଧ୍ୟାଚଳରୁ ନିର୍ବାଚନ ଲଢ଼ିବାକୁ ମୋଦୀଜୀଙ୍କର ସାହସ ଅଛି କି? ବୋଲି ଜୟରାମ ରମେଶ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe