ଆଖି ବୁଜିଲା ଚିତା ‘ଶାଶା’; ଗତବର୍ଷ ନାମିବ୍ୟାରୁ ଭାରତ ଆସିଥିଲା

Advertisment
ଆଖି ବୁଜିଲା ଚିତା ‘ଶାଶା’; ଗତବର୍ଷ ନାମିବ୍ୟାରୁ ଭାରତ ଆସିଥିଲା

ଭୋପାଳ : ଗତବର୍ଷ ଆଫ୍ରିକା ମହାଦେଶର ନାମିବ୍ୟାରୁ ଭାରତ ଆସିଥିବା ୮ଟି ଚିତା ମଧ୍ୟରୁ ସୋମବାର ଦିନ ଗୋଟିଏ ଚିତାର ମୃତ୍ୟୁ ଘଟିଛି। କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିବା ଏହି ୮ ଚିତା ମଧ୍ୟରୁ ମାଈ ଚିତା ‘ଶାଶା’ ଆଖି ବୁଜି ଦେଇଛି। ଗତ ଜାନୁଆରି ୨୩ରୁ ‘ଶାଶା’ ଅସୁସ୍ଥ ଥିଲା। ତାକୁ ଚିକିତ୍ସା ପାଇଁ କ୍ବାରାଣ୍ଟିନ୍‌ ଏନକ୍ଲୋଜରକୁ ପଠାଯାଇଥିଲା। ତା’ର ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏମର୍ଜେନ୍ସି ମେଡିକାଲ ଟିମ୍‌ ପଠାଇଥିଲେ। ବନ ବିହାର ଜାତୀୟ ଉଦ୍ୟାନର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡା ଅତୁଲ ଗୁପ୍ତାଙ୍କ ନେତୃତ୍ବରେ ଚିତାର ଚିକିତ୍ସା କରାଯାଉଥିଲା।

‘ଶାଶା’ କିଡ଼୍‌ନି ଜନିତ ସମସ୍ୟାରେ ପୀଡ଼ିତ ଥିଲା। ଚିକିତ୍ସା ପରେ ପ୍ରଥମେ ଶାଶାର ସ୍ବାସ୍ଥ୍ୟାବସ୍ଥାରେ ଯଦିଓ ସୁଧାର ଆସିଥିଲା କିନ୍ତୁ ପରେ ପୁଣି ତା’ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସକଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ଶାଶାକୁ ବଞ୍ଚାଇ ହେଲାନି। ଶାଶାକୁ ୩ ବର୍ଷ ହୋଇଥିଲା। ଭାରତରେ ଗତ ୭ ଦଶନ୍ଧି ହେଲା ଚିତା ନଥିଲେ। ଭାରତରେ ବିଲୁପ୍ତ ଚିତାର ପୁନଃ ବଂଶ ବିସ୍ତାର ଯୋଜନା ଅଧୀନରେ ଶାଶା ସମେତ ମୋଟ ୮ଟି ଚିତାକୁ ନାମିବ୍ୟାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe