ସୁସ୍ଥ ହେଉଛନ୍ତି ଚେଲ୍ଲାକୁମାର, କଥା ହେଲେ ରାହୁଲ ଓ ନିରଞ୍ଜନ

Advertisment
ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଦଳର ରାଜ୍ୟ ପ୍ରଭାରୀ ଏ. ଚେଲାକୁମାର

Odisha Bytes

ନୁଆଦିଲ୍ଲୀ : ସାଂସଦ ତଥା କଂଗ୍ରେସର ଓଡିଶା ପ୍ରଭାରୀ ଏ. ଚେଲ୍ଲାକୁମାର ଦ୍ରୁତ ଆରୋଗ୍ୟ ଲାଭ କରୁ୍ଥିବା ତାଙ୍କର ପରିବାର ସୁତ୍ରରୁ ଜଣାପଡ଼ିଛି। ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଚେନ୍ନାଇରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଚେନ୍ନାଇର ରାମଚନ୍ଦ୍ର ହସପିଟାଲକୁ ନିଆଯାଇଥିଲା ଏବଂ ଇସିଜି କରାଯାଇଥିଲା। ଏହାପରେ ଆଞ୍ଜିଓଗ୍ରାଫି କରାଯିବାରୁ ଦୁଇଟି ବ୍ଲକେଜ ଥିବାର ଜଣାପଡିବାରୁ ତାଙ୍କର ଚିକିସା ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ଓ ଆଇସିୟୁରୁ ଆଜି ତାଙ୍କୁ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ତାଙ୍କର ବଡ଼ ଭାଇ ମୋହନ ଚେଲ୍ଲାକୁମାର ସୁଚନା ଦେଇଛନ୍ତି। ଆଜି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଚେଲ୍ଲାକୁମାରଙ୍କ ସହିତ କଥାବାର୍ତ୍ତା କରିବା ସହିତ ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଚେଲ୍ଲାକୁମାରଙ୍କ ସହ କଥା ହୋଇଛନ୍ତି। ଆଉ ତିନି ଦିନ ପରେ ସେ ମେଡିକାଲରୁ ଡିସଚାର୍ଜ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe