ଆସନ୍ତାବର୍ଷ ସୁଦ୍ଧା ଚେନାବ ନଦୀର ୩୫୯ ମିଟର ଉପରେ ପ୍ରସ୍ତୁତ ହୋଇଯିବ ବିଶ୍ବର ଉଚ୍ଚତମ ରେଳପୋଲ

Advertisment
ଆସନ୍ତାବର୍ଷ ସୁଦ୍ଧା ଚେନାବ ନଦୀର ୩୫୯ ମିଟର ଉପରେ ପ୍ରସ୍ତୁତ ହୋଇଯିବ ବିଶ୍ବର ଉଚ୍ଚତମ ରେଳପୋଲ

Image Courtesy of The Times of India

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ଚେନାବ ନଦୀ ଉପରେ ବିଶ୍ବର ଉଚ୍ଚତମ ରେଳ ପୋଲ ଆସନ୍ତାବର୍ଷ ପ୍ରସ୍ତୁତ ହୋଇଯିବ। ଫଳରେ ୨୦୨୨ ସୁଦ୍ଧା ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକା ସହ ଭାରତର ବାକି ସବୁ ଅଞ୍ଚଳ ରେଳ ଯୋଗେ ସଂଯୋଗ ହେବ ବୋଲି ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

୪୬୭ ମିଟର୍ ସେଣ୍ଟ୍ରାଲ୍ ସ୍ପାନ୍ ଥିବା ଏହି ପୋଲ ନଦୀ ଶଯ୍ୟା ଠାରୁ ୩୫୯ ମିଟର ଉଚ୍ଚରେ ନିର୍ମାଣ କରାଯାଉଛି। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ପ୍ୟାରିସ୍‌ରେ ଥିବା ଆଇଫଲ୍ ଟାୱାର ଠାରୁ ମଧ୍ୟ ଏହା ୩୫ ମିଟର ଉଚ୍ଚ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଏହା ହେଉଛି ବିଶ୍ବର ଉଚ୍ଚତମ ରେଳବାଇ ସେତୁ। ଏହା ଘଣ୍ଟାପ୍ରତି ୨୬୬ କିଲୋମିଟର୍ ବେଗରେ ପ୍ରବାହିତ ପବନର ଝୁଙ୍କ ସହ୍ୟ କରିପାରିବ।

publive-image Image Courtesy of Jammu Links News

କେନ୍ଦ୍ର ସରକାରଙ୍କ ଶୀର୍ଷସ୍ତରୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗତ ଏକ ବର୍ଷ ମଧ୍ୟରେ ଏହି ପୋଲର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଯୋଜନା ଅନୁସାରେ, ଡିସେମ୍ବର ୨୦୨୨ ସୁଦ୍ଧା କଶ୍ମୀରକୁ ଟ୍ରେନ୍ ସଂଯୋଗ ହୋଇଯିବ। ୨୫ କିଲୋମିଟର ବାଟ ଉଧାମପୁର-କତ୍ରା ସେକ୍ସନ, ୧୮ କିଲୋମିଟରର ବନିହାଲ୍-କାଜିଗୁନ୍ଦ ସେକ୍ସନ ଏବଂ ୧୧୮ କିଲୋମିଟରର କାଜିଗୁନ୍ଦ-ବାରମୂଳା ସେକ୍ସନ୍‌ରେ ରେଳଧାରଣା ପଡ଼ିସାରିଲାଣି। ବାକି ୧୧୧ କିଲୋମିଟର କତ୍ରା-ବନିହାଲ୍ ସେକ୍ସନ୍ କାମ ଚାଲିଛି। ଏହା ଡିସେମ୍ବର ୨୦୨୨ ସୁଦ୍ଧା ଶେଷ ହେବ। ଏହି ସେକ୍ସନ୍‌ରେ ଥିବା ୧୭୪ କିଲୋମିଟର୍  ସୁଡ଼ଙ୍ଗରୁ ୧୨୬ କିଲୋମିଟର୍ ଶେଷ ହୋଇ ଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe