ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ ନଦୀର ପୂର୍ବ ଓ ପରର ଅବସ୍ଥା

Advertisment

ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖି ଦେଇଛି। ଫଳରେ ପାକିସ୍ତାନ ଉପରେ ଏହାର ଗଭୀର ପ୍ରଭାବ ପକାଇଛି  ଓ ଆଗକୁ ପକାଇବ ବୋଲି କୁହାଯାଉଛି। 

ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖି ଦେଇଛି। ଫଳରେ ପାକିସ୍ତାନ ଉପରେ ଏହାର ଗଭୀର ପ୍ରଭାବ ପକାଇଛି  ଓ ଆଗକୁ ପକାଇବ ବୋଲି କୁହାଯାଉଛି। 

ଦନପସ

ଇସଲାମାବାଦ/ବେଜିଂ: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖି ଦେଇଛି। ଫଳରେ ପାକିସ୍ତାନ ଉପରେ ଏହାର ଗଭୀର ପ୍ରଭାବ ପକାଇଛି  ଓ ଆଗକୁ ପକାଇବ ବୋଲି କୁହାଯାଉଛି। 

ଭାରତ ଯଦି ଜଳ  ବାଣ୍ଟିବା ବନ୍ଦ କରିଦିଏ, ତେବେ ପାକିସ୍ତାନ ପାଇଁ ବନ୍ୟା ଏବଂ ମରୁଡ଼ିର ମୁକାବିଲା କରିବା କଷ୍ଟକର ହୋଇଯିବ। ଯାହାର ପ୍ରଭାବ କୃଷି ଉପରେ ପଡ଼ିବ। 

ଏହି କ୍ରମରେ ସାଟେଲାଇଟ୍‌ରୁ ଚିନାବ ନଦୀର ନିଆଯାଇଥିବା ଫଟୋ‌କୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏଥିରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପୂର୍ବ ଓ ପରର ଦୃଶ୍ୟକୁ ଦେଖିବାକୁ ମିଳୁଛି। 

 ପାକିସ୍ତାନ ଚିନାବ ନଦୀ ଶୁଖି ଯାଇଥିବା ନଜର ଆସୁଛି। ବାସ୍ତବରେ ଯଦି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବାରା ନିଆଯାଇଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ନିଷ୍ପତ୍ତିର କିଛିଦିନ ମଧ୍ୟରେ ପାକିସ୍ତାନ ପାଣି ପାଇଁ ଆଉଟପାଉଟ ହେବାର ସ୍ଥିତିରେ ପହଞ୍ଚି ଯାଇଛି। 

ସାଟେଲାଇଟ୍‌ରୁ ଉଠାଯାଇଥିବା ଦୁଇଟି ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଗୋଟିଏ ଫଟୋ ୨୦୨୫ ଏପ୍ରିଲ ୨୬ର। ଏହି ଦିନ ଭାରତ ପାକିସ୍ତାନକୁ ସିନ୍ଧୁ ଜଳ ଚୁକ୍ତିନାମାକୁ ତୁରନ୍ତ ସ୍ଥଗିତ ରଖିବାର ନିଷ୍ପତ୍ତି ସମ୍ପର୍କରେ ଜଣାଇଥିଲା। 

ଦ୍ୱିତୀୟ ଚିତ୍ରଟି ଏପ୍ରିଲ ୨୯ ତାରିଖର। ଏଥିରେ ସ୍ପଷ୍ଟ ଭାବରେ ନଦୀରେ ପାଣି ବହୁତ କମ୍ ଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe