ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ନାମିତ ହେବ ଏସିଆର ସବୁଠାରୁ ବଡ଼ ସୁଡ଼ଙ୍ଗ

ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ନାମିତ ହେବ ଏସିଆର ସବୁଠାରୁ ବଡ଼ ସୁଡ଼ଙ୍ଗ

image source-oneindia

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ରାଷ୍ଟ୍ରୀୟ ରାଜପଥ ୪୪ ଉପରେ ପ୍ରାୟ ୨୫୦୦ କୋଟି ବ୍ୟୟରେ ନିର୍ମିତ ସୁଡଙ୍ଗ ଚେନାନୀ ନାସରିକୁ  ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀ ନାଁରେ ନାମିତ କରାଯିବ ବୋଲି ଜଣାଯାଇଛି। ଏହାକୁ ଏସିଆର ସବୁଠାରୁ ବଡ଼ ସୁଡ଼ଙ୍ଗ ବୋଲି କୁହାଯାଉଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଏହା କହିଛନ୍ତି।

Image result for chenani-nashri tunnel image-livemint

ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକେ ଜାଣିବେ, ଯିଏ ଦେଶକୁ ଏକ ନିଶାନ, ଏକ ବିଧାନ ଏବଂ ଏକ ପ୍ରଧାନର ମନ୍ତ୍ର ଦେଇଥିଲେ ତାଙ୍କରି ନାଁରେ ଚେନାନୀ ନାସରିକୁ ନାମିତ କରାଯିବ । ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ରାସ୍ତା ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି।

publive-image image-opindia

ଗଡକରି ଆହୁରି ମଧ୍ୟ କହିଛନ୍ତି ଏହାକୁ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ସମର୍ପଣ କରିବା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ଏହି ସୁଡ଼ଙ୍ଗକୁ ଏସିଆର ସବୁଠାରୁ ହାଇଟେକ ସୁଡଙ୍ଗ ମଧ୍ୟରୁ ଗୋଟିଏ କୁହାଯାଉଛି, ଏହା ଦେଇ ପ୍ରତିଦିନ ହଜାର ହଜାର ବାହାନ ଜମ୍ମୁରୁ ଶ୍ରୀନଗର ଗସ୍ତ କରିଥାନ୍ତି ।
୯.୨ କିମିର ଏହି ସୁଡଙ୍ଗ ଏସିଆର ସବୁଠାରୁ ଲମ୍ୱା ସୁଡଙ୍ଗ ମଧ୍ୟରୁ ଗୋଟିଏ । ଏହା ଉଦ୍ଧମପୁର ଜିଲ୍ଲାର ଚେନାନୀକୁ ରାମବନ ଜିଲ୍ଲାର ନାସରି ସହ ଯୋଡ଼ୁଛି । ଏହି ସୁଡ଼ଙ୍ଗ ଜମ୍ମୁ-ଶ୍ରୀନଗର ରାଜମାର୍ଗର ଅଂଶ ଏବଂ ଶିବାଳିକା ପାହାଡ ମଧ୍ୟରେ ନିର୍ମାଣ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe