୭,୦୦୦ କିଲୋ ଚୋରା ସୁନା ଜବତ, ୨ ଚାଲାଣକାରୀ ଗିରଫ

Advertisment
୭,୦୦୦ କିଲୋ ଚୋରା ସୁନା ଜବତ, ୨ ଚାଲାଣକାରୀ ଗିରଫ

ଚେନ୍ନାଇ (ତାମିଲନାଡ଼ୁ): ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡାଇରେକକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ) (ଡିଆରଆଇ) କର୍ତ୍ତୃପକ୍ଷ ଚେନ୍ନାଇ ବିମାନ ବନ୍ଦରରୁ ଗତ ରବିବାର ବିଳମ୍ବିତ ରାତ୍ରରେ ୨ ଜଣ ଚୋରା ସୁନା ଚାଲାଣକାରୀଙ୍କୁ ଗିରଫ କରିଛନ୍ତି। ଏମାନଙ୍କ ନିକଟରୁ ଡିଆରଆଇ କର୍ତ୍ତୃପକ୍ଷ ୬୯୯୫ କିଲୋଗ୍ରାମ ଓଜନର ଚୋରାସୁନା ଜବତ କରିବା ସହ ଏମାନଙ୍କୁ ଗିରଫ କରିଛନ୍ତି। ଜବତ ହୋଇଥିବା ଚୋରା ସୁନାର ମୂଲ୍ୟ ପ୍ରାୟ ୨,୨୭,୮୨,୭୧୫ ଟଙ୍କା ହେବ ବୋଲି ଡିଆରଆଇ ସୂତ୍ରରୁ ପ୍ରକାଶ।

publive-image

ସମ୍ବାଦ ସରବବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଏହି ଦୁଇ ଚୋରା ସୁନା ଚାଲାଣକାରୀ ପ୍ରଥମେ ମାଲେସିୟା ଓ ନେପାଳରୁ ସୁନା ଆମଦାନୀ କରି ନିଜ ନିକଟରେ ମହଜୁଦ୍‌ କରି ରଖିଥିଲେ। ଆଗକୁ ଦେଶରେ ଦୀପାବଳି ଓ ଧନତରାସ୍‌ ଉତ୍ସବ ପାଳିତ ହେବାକୁ ଥିବା ବେଳେ ଏମାନେ ନେପାଳର ବାଗ୍‌ଡୋଗ୍ରାରୁ ସୁନାକୁ ବିଭିନ୍ନ ବୈଦ୍ୟୁତିକ ସରଞ୍ଜାମ ମଧ୍ୟରେ ପ୍ୟାକ୍‌ କରି ଦୁଇଟି ପୃଥକ ପୃଥକ ବିମାନରେ ଚେନ୍ନାଇ ଅଭିମୁଖେ ଆସୁଥିଲେ। ତେବେ, ଡିଆରଆଇ କର୍ତ୍ତୃପକ୍ଷ ଗୁଇନ୍ଦା ବିଭାଗ ସୁତ୍ରରୁ ଖବର ପାଇ ଏମାନଙ୍କୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ଚୋରା ସୁନାକୁ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe