Advertisment

ଚାକିରି କରୁଥିବା କମ୍ପାନିର ଦ୍ବାର ନିକଟରେ ଗଲା ସୁରକ୍ଷାକର୍ମୀଙ୍କ ଜୀବନ

Advertisment
rwqect (28)

ନୂଆଦିଲ୍ଲୀ: ତାମିଲନାଡୁର ଚେନ୍ନାଇର ଏକ ଶିଳ୍ପ କ୍ଷେତ୍ର ମନାଲିରୁ ମୃତ୍ୟୁର  ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଭୟାବହ ଦୁର୍ଘଟଣାରେ ଜଣେ ବୃଦ୍ଧ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ବୃଦ୍ଧ ସୁରକ୍ଷାକର୍ମୀଙ୍କ ନାମ କୁମାରସ୍ବାମୀ ବୟସ ୬୦ବର୍ଷ ପାଖାପାଖି ଥିବା ଜଣାପଡ଼ିଛି।
 
ସୂଚନାଯୋଗ୍ୟ, ବିଚୁର ବାସିନ୍ଦା କୁମାରସ୍ବାମୀ ପାରିବାରର ଆର୍ଥିକ ସଙ୍କଟ ହେତୁ ବୃଦ୍ଧା ଅବସ୍ଥାରେ ଗତ ୨୦ଦିନ ପୂର୍ବେ ଏକ ଘରୋଇ କମ୍ପାନିକୁ ଚାକିରି ପାଇଁ ଆସିଥିଲେ। କମ୍ପାନି ବୃଦ୍ଧଙ୍କ ପରିସ୍ଥିତିକୁ ଦେଖି ତାଙ୍କୁ ସୁରକ୍ଷାକର୍ମୀ ଭାବେ ଚାକିରି ଦେଇଥିଲା।

ଗତକାଲି କୁମାରସ୍ବାମୀ କମ୍ପାନି ବାହାରେ ଥିବା ଲୁହାର ଗେଟ ବନ୍ଦ କରୁଥିବା ବେଳେ ହଠାତ ତାହା ଖସି ପଡ଼ିଥିଲା।ଫଳରେ ଲୁହାଗେଟ ତଳେ କୁମାରସ୍ବାମୀ ଚାପି ହୋଇଯାଇଥିଲେ। ଗେଟ ତଳୁ ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ଥାନୀୟଲୋକେ ହସ୍ପିଟାଲ ନେଇ ଯାଇଥିବା ବେଳେ ଡାକ୍ତର କୁମାରସ୍ବାମୀଙ୍କୁ ମୃତ ଘୋଷଣା କରିଥିଲେ।  ମନାଲି ପୁଲିସ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe