‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଲିଫ୍‌ଲେଟ୍‌’ ଓ ବୋମା-ତିଆରି ନୋଟ୍‌ ରଖିଥିବା ଚେନ୍ନାଇ ବ୍ୟକ୍ତି ଗିରଫ, ୨ ଅଟକ

‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଲିଫ୍‌ଲେଟ୍‌’ ଓ ବୋମା-ତିଆରି ନୋଟ୍‌ ରଖିଥିବା ଚେନ୍ନାଇ ବ୍ୟକ୍ତି ଗିରଫ, ୨ ଅଟକ

Image Courtesy of India Today

ଚେନ୍ନାଇ: ଇରାକ୍‌ ଓ ସିରିୟାର ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଆତଙ୍କବାଦୀ ସଙ୍ଗଠନର ଲିଫ୍‌ଲେଟ୍‌ ଓ ବୋମା ନିର୍ମାଣ ନୋଟ୍‌ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଚେନ୍ନାଇ ପୁଲିସ ଗିରଫ କରିବା ସହିତ ଆଉ ଦୁଇଜଣଙ୍କୁ ଅଟକ ରଖିଛି।

ଗୁରୁବାର ଦିନ ପୁଲିସ କହିଥିଲା ଯେ, ଚେକ୍‌ପଏଣ୍ଟ୍‌ ଏଡ଼ାଇ ଖସି ପଳାଇଥିବା ୩ଜଣ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଉଛି। ଅନୁସନ୍ଧାନ କରି ପୁଲିସ ସେ ୩ଜଣଙ୍କୁ ଠାବ କରିଥିଲା। ଏଥିପାଇଁ ପୁଲିସକୁ ସେମାନେ ଚଳାଉଥିବା ମୋଟର୍‌ସାଇକେଲ୍‌ ରେଜିଷ୍ଟ୍ରେସନ୍‌ ନମ୍ବରକୁ ଉପଯୋଗ କରିବାକୁ ପଡ଼ିଥିଲା।

ସେମାନଙ୍କଠାରୁ ଜଣେ ପୁଲିସ କର୍ମଚାରୀ ଜବତ କରିଥିବା ବ୍ୟାଗ୍‌ରେ ‘ଆଇଏସ୍‌ଆଇଏସ୍‌’ ଲିଫ୍‌ଲେଟ୍‌ ଓ ବୋମା ତିଆରି ନୋଟ୍‌ ମଳିଥିଲା। ବିସ୍ଫୋରକ ନିର୍ମାଣ ନିମନ୍ତେ ଆବଶ୍ୟକ ରାସାୟନିକ ସାମଗ୍ରୀ ବିଷୟରେ ଉକ୍ତ ନୋଟ୍‌ରେ ଉଲ୍ଲେଖ କରାଯାଇଥିଲା। ସେଗୁଡ଼ିକ ‘ୟୁଟ୍ୟୁବ୍‌ ଟ୍ୟୁଟରିଆଲ୍‌’ ଭିଡିଓରୁ ସଂଗ୍ରହ କରାଯାଇଥିବା କୁହାଯାଉଛି।

publive-image

ଗିରଫ ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ନଗୁର୍‌ ମୀରାନ୍‌। କିନ୍ତୁ, ଜେରା ନିମନ୍ତେ ଅଟକ ରଖାଯାଇଥିବା ବ୍ୟକ୍ତିଦ୍ବୟଙ୍କ ପରିଚୟ ପ୍ରକାଶ କରାଯାଇନାହିଁ। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।

ନିରାପତ୍ତା ବଳ ବହୁ ଦିନ ହେବ ଚେନ୍ନାଇ ନଗରୀରୁ ଏହି ଧରଣର ଗିରଫଦାରି ଚଳାଇ ଆସୁଛି। ଆତଙ୍କବାଦୀ ସଙ୍ଗଠନରୁ ଅର୍ଥ ଗ୍ରହଣ କରିଥିବା ଅଭିଯୋଗରେ ସେପ୍ଟେମ୍ବର ମାସରେ ଚେନ୍ନାଇରୁ ‘ଏନ୍‌ଏଆଇ’ ସନ୍ଦିଗ୍ଧ ‘ଆଇଏସ୍‌ଆଇଏସ୍‌’ ସହଯୋଗୀ ଶଙ୍କୁଲ୍‌ ହମେଦ୍‌ଙ୍କୁ ଗିରଫ କରିଥିଲା। ଚେନ୍ନାଇରେ ତା’ର ଉପସ୍ଥିତି ଜାହିର କରିବା ଓ ତାମିଲନାଡୁର ବିଭିନ୍ନ ପ୍ରାନ୍ତରେ ଆକ୍ରମଣ କରିବା ପାଇଁ ‘ଆଇଏସ୍‌ଆଇଏସ୍‌’ ଏଭଳି ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe