Image Source: Zee News
ଚେନ୍ନାଇ: ଜଳ ସଙ୍କଟ ଉତ୍କଟ ହୋଇଥିବାରୁ ତାମିଲନାଡୁର ରାଜଧାନୀ ସହର ଚେନ୍ନାଇରେ ହୋଟେଲ୍ ଓ ରେସ୍ତୋରାଁ ସବୁରେ ଷ୍ଟିଲ୍ ବାସନ ପରିବର୍ତ୍ତେ କଦଳୀପତ୍ରରେ ଖାଦ୍ୟ ପରଷା ଯାଉଛି। ଏଥିରେ ସହଯୋଗ କରିବା ପାଇଁ ଗ୍ରାହକମାନଙ୍କୁ ଅନୁରୋଧପୂର୍ବକ କେତେକ ରେସ୍ତୋରାଁରେ ନୋଟିସ୍ ଲଗାଯାଇଛି।
କଦଳୀପତ୍ରରେ ଖାଦ୍ୟ ପରିବେଷଣ କରିବା ତାମିଲନାଡୁ ଓ କେରଳର ପ୍ରାଚୀନ ସଂସ୍କୃତି। ପାରମ୍ପରିକ ଭାବେ ବିବାହ ଭୋଜି, ମନ୍ଦିର ପୂଜା ପ୍ରସାଦ, ଉତ୍ସବକାଳୀନ ଭୋଜି ଆଦି କଦଳୀପତ୍ରରେ ହିଁ ପରିବେଷଣ କରାଯାଏ।
Image Source: Zee Newsହୋଟେଲ୍ମାନଙ୍କରେ ଉପୁଜିଥିବା ପରିସ୍ଥିତି ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ନାମ୍ମା ବୀଦୁ ବସନ୍ତ ଭବନର ନିର୍ଦେଶକ ଆନନ୍ଦ କୃଷ୍ଣନ କହନ୍ତି, ବହୁ ବିଳମ୍ବରେ ଆମେ କଦଳୀପତ୍ରରେ ବିଭିନ୍ନ ଖାଦ୍ୟ ପରିବେଷଣ କଲୁ। ମାତ୍ର ଗୋଟିଏ ପ୍ଲେଟ୍ ଉପରେ କଦଳୀପତ୍ର ପକାଇ ଆମେ ପ୍ରଥମ ଖାଦ୍ୟ ପରିବେଷଣ କରିବା ସହ ପରେ ଆଉ କିଛି ଖାଇବା ମଗାଇଲେ ସେ ପାଇଁ ପ୍ଲେଟ୍ ନ ମାଗିବାକୁ ଗ୍ରାହକମାନଙ୍କୁ ଅନୁରୋଧ କରୁଛୁ।
‘ଲୁଣି ପାଣି’ ବୋଲି ନୋଟିସ୍ ଲଗାଇ କେତେକ ହୋଟେଲ୍ରେ ହାତ ଧୋଇବା ପାଇଁ ସମୁଦ୍ର ପାଣି ରଖାଯାଇଛି।
ପାଣି ନ ଥିବାରୁ ପରିବା ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି ଓ ଦର ବଢ଼ିଛି। କଦଳୀପତ୍ରର ଚାହିଦା ବଢ଼ିଥିବାରୁ ତା’ର ମଧ୍ୟ ମୂଲ୍ୟ ବୃଦ୍ଧି ପାଉଛି।
ଅଳ୍ପ କେତେ ମାସ ତଳେ ୨୫, ୦୦୦ ଲିଟର ପାଣିର ମୂଲ୍ୟ ଥିଲା ମାତ୍ର ୧୫୦୦ ଟଙ୍କା। ଏବେ ତାହାର ମୂଲ୍ୟ ୬୦୦୦ ଟଙ୍କା ହେଲାଣି। ପରିବାପତ୍ରର ମୂଲ୍ୟ ପ୍ରାୟ ୨୦% ରୁ ୩୦% ବୃଦ୍ଧି ପାଇଛି। ଏମିତି ଦର ବଢ଼ି ଚାଲିଲେ ତରକାରିର ପ୍ରକାର କମାଇ ଦିଆଯିବ ବୋଲି ଅନେକ ହୋଟେଲ୍ ମାଲିକ ସ୍ଥିର କରିଛନ୍ତି।
Follow Us