କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଟ୍ରେନିଂ କ୍ୟାମ୍ପକୁ ଫେରିଲେ ଋତୁରାଜ ଗାଏକ୍ବାଡ

Advertisment
କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଟ୍ରେନିଂ କ୍ୟାମ୍ପକୁ ଫେରିଲେ ଋତୁରାଜ ଗାଏକ୍ବାଡ

indiatoday

ନୂଆଦିଲ୍ଲୀ: ଅଗଷ୍ଟ ୨୯ରେ ସିଏସକେର ଋତୁରାଜ ଗାଏକ୍ବାଡ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ ସେ କରୋନା ମୁକ୍ତ ହୋଇ ପୁଣି ଥରେ ମଇଦାନକୁ ଫେରିଛନ୍ତି। ରିପୋର୍ଟ ନେଗେଟିଭ୍ ଆସିବା ପରେ ପୁଣି ଥରେ ଟ୍ରେନିଂ କ୍ୟାମ୍ପକୁ ଫେରିଛନ୍ତି ଋତୁରାଜ ଗାଏକ୍ବାଡ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ଆରମ୍ଭ ପୂର୍ବରୁ ହିଁ ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଗୋଟେ ପରେ ଗୋଟେ ସଦସ୍ୟ କରୋନା ଆକ୍ରାନ୍ତ ହେବାରେ ଲାଗିଥିଲେ। ଆଇପିଏଲ୍ ୨୦୨୦ ପୂର୍ବରୁ ସେମାନଙ୍କର ମୂଳଦୁଆ ହରାଇବା ସତ୍ତ୍ବେ ସେପ୍ଟେମ୍ବର ୧୯ରେ ଆବୁଧାବିରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ହାସଲ କରିଥିଲା ସିଏସକେ।

ଏବେ ୨୩ବର୍ଷିୟ ଋତୁରାଜ ଗାଏକ୍ବାଡଙ୍କ କରୋନାଭାଇରସ ପରୀକ୍ଷଣ ରିପ‌ୋର୍ଟ ନେଗେଟିଭ ଆସିବା ସହ ସେ ଟ୍ରେନିଂ କ୍ୟାମ୍ପକୁ ଫେରିଥିବାରୁ ଦୀର୍ଘ ନିଶ୍ୱାସ ନେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଏହାପୂର୍ବରୁ ଅନ୍ୟ ଜଣେ ସଂକ୍ରମିତ କ୍ରିକେଟର ଦୀପକ ଚହରଙ୍କ କରୋନାଭାଇରସ ପରୀକ୍ଷଣ ରିପ‌ୋର୍ଟ ନେଗେଟିଭ ଆସିଥିଲା ଏବଂ ଶନିବାର ସେ ଓପନର୍ ମ୍ୟାଚ୍ ମଧ୍ୟ ଖେଳିଥିଲେ। ଏବେ ସିଏସକେ ନିଜର ଦୁଇ ଖେଳାଳୀଙ୍କୁ ମଇଦାନକୁ ସ୍ବାଗତ କରି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe