ମରିବା ପୂର୍ବରୁ ଶିଶୁ ହସ୍ପିଟାଲ୍ ଓ ଭଗବାନ ଭେଙ୍କଟେଶ୍ଵରଙ୍କୁ ୯.୨ କୋଟି ଦାନ କଲେ ମହିଳା

Advertisment
ମରିବା ପୂର୍ବରୁ ଶିଶୁ ହସ୍ପିଟାଲ୍ ଓ ଭଗବାନ ଭେଙ୍କଟେଶ୍ଵରଙ୍କୁ ୯.୨ କୋଟି ଦାନ କଲେ ମହିଳା

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟେଶ୍ଵର ମନ୍ଦିରକୁ ୯.୨ କୋଟି ଟଙ୍କାର ଦାନ ମିଳିଛି। ଜନୈକା ମହିଳାଙ୍କ ପରିବାର ୩.୨ କୋଟିର ଡିମାଣ୍ଡ୍ ଡ୍ରାଫ୍ଟ ସହ ୬ କୋଟି ଟଙ୍କାର ସମ୍ପତ୍ତିର ଦଲିଲ୍‌ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି। ଏହି ଅର୍ଥରାଶି ୭୨ ବର୍ଷର ଜଣେ ମହିଳା ଭକ୍ତ ଦେଇଛନ୍ତି ଯାହାଙ୍କ ପରଲୋକ ଘଟିସାରିଛି।

ଖବର ଅନୁସାରେ, ଚେନ୍ନାଇର ଡାକ୍ତର ପର୍ବତମ୍ ନିଜ ସମ୍ପତ୍ତିକୁ ମନ୍ଦିରର ନାମରେ କରିଦେଇଥିଲେ ଯାହାଙ୍କର ନିଧନ ହୋଇଯାଇଛି। ପେଶାରେ ଡାକ୍ତର ଥିବା ପର୍ବତମ୍ ଭଗବାନଙ୍କ ବହୁତ ବଡ ଭକ୍ତ ଥିଲେ। ସେ ବିବାହ କରି ନଥିଲେ। ସେ ନିଜ ସମ୍ପତ୍ତିକୁ ଭଗବାନଙ୍କୁ ଦାନ କରିବାକୁ ଚାହୁଁଥିଲେ। ସେ ନିଜ ସମ୍ପତ୍ତି ତିରୁପତିରେ ତିଆରି କରାଯାଉଥିବା ଛୋଟପିଲାଙ୍କ ହସ୍ପିଟାଲକୁ ଦେବାକୁ ଚାହୁଁଥିଲେ। ତାଙ୍କ ଭଉଣୀ ରେବତୀ ବିଶ୍ଵନାଥମ୍ ତିରୁମାଲା ତିରୁପତି ଦେବସ୍ଥାନମ୍(ଟିଟିଡି) ସମିତିର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ଦାନ କରାଯାଇଥିବା ଅର୍ଥରୁ ୩.୨ କୋଟି ଶିଶୁ ସୁପର୍ ସ୍ପେସାଲିଟି ହସ୍ପିଟାଲକୁ ଦିଆଯାଉ।

ତିରୁପତି ଭେଙ୍କଟେଶ୍ଵର ମନ୍ଦିର ଏକ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ସ୍ଥଳ। ଏହା ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଅଛି। ପ୍ରତିବର୍ଷ ଏଠାକୁ ଲକ୍ଷଲକ୍ଷ ଲୋକ ଦର୍ଶନ କରିବାକୁ ଆସିଥାନ୍ତି। ଗତବର୍ଷ ଏହି ମନ୍ଦିରରକୁ ୧ ଜାନୁଆରି ୨୦୨୧ ଠାରୁ ୩୦ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଦାନପାତ୍ରରେ ୮୩୩ କୋଟି ଟଙ୍କାର ଦାନ ଆସିଛି। ଏଥିମଧ୍ୟରୁ ୭୨୩୫ କିଲୋ ସୁନା ଦେଶର ଦୁଇଟି ବ୍ୟାଙ୍କ୍ ଓ ୧୯୩୪ କିଲୋ ସୁନା ଟ୍ରଷ୍ଟ ପାଖରେ ଅଛି। ପ୍ରତିବର୍ଷ ଏହି ମନ୍ଦିରକୁ ପ୍ରାୟ ୧୦୦୦ ରୁ ୧୨୦୦ କୋଟି ଟଙ୍କାର ଅର୍ଥ ଦାନ ସୂତ୍ରରେ ଆସିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe