ଚେର୍ନୋବିଲ୍‌ ପରମାଣୁ କେନ୍ଦ୍ର ପ୍ରୋସେସିଂ ଲ୍ୟାବ୍‌ ଧ୍ବଂସ

Advertisment
ଚେର୍ନୋବିଲ୍‌ ପରମାଣୁ କେନ୍ଦ୍ର ପ୍ରୋସେସିଂ ଲ୍ୟାବ୍‌ ଧ୍ବଂସ

Connect Gujarat

କିବ୍‌: ରୁଷ୍‌ ବାହିନୀ ୟୁକ୍ରେନ୍‌ର ଚେର୍ନୋବିଲ୍‌ ପରମାଣୁ ଶକ୍ତି କେନ୍ଦ୍ରକୁ ୧୦ ଦିନ ହେଲା ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଥିବା ବେଳେ ଏହାର ‘ଏକ୍ସକ୍ଲୁଜନ୍‌ ଜୋନ୍‌’କୁ ଏବେ ଯୁଦ୍ଧ ପାଇଁ ବ୍ୟବହାର କରୁଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଏ ନେଇ ଗଣମାଧ୍ୟମରେ ବିସ୍ତୃତ ତଥ୍ୟ ରଖିବା ସହ ବିକିରଣ ମନିଟରିଂ ବ୍ୟବସ୍ଥାକୁ ମଧ୍ୟ ରୁଷ୍‌ ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି। ରୁଷ୍‌ ଚେର୍ନୋବିଲ୍‌ ପରମାଣୁ ଶକ୍ତି କେନ୍ଦ୍ରର ଏକ ପ୍ରୋସେସିଂ ଲ୍ୟାବ୍‌କୁ ଧ୍ବଂସ କରିଦେଇଛି। ଅନ୍ୟପକ୍ଷେ ଚେର୍ନୋବିଲ୍‌ ପରମାଣୁ ଶକ୍ତି କେନ୍ଦ୍ର ନିକଟସ୍ଥ ଏକ ଜଙ୍ଗଲରେ ନିଆଁ ଲାଗି ଯାଇଛି। ଏହା ବଡ଼ ବିପଦର କାରଣ ହୋଇପାରେ ବୋଲି କୁହାଯାଉଛି। ରୁଷ୍‌ ଦ୍ବାରା ଧ୍ବଂସ ହୋଇଥିବା ଲ୍ୟାବ୍‌ ୨୦୧୫ରେ ନିର୍ମାଣ ହୋଇଥିଲା। ୟୁରୋପୀୟ କମିସନ୍‌ ସହାୟତାରେ ୬ ନିୟୁତ ୟୁରୋ ମୂଲ୍ୟରେ ଏହି ଲ୍ୟାବ୍‌ ନିର୍ମିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଆରମ୍ଭରୁ ରୁଷ୍‌ ବାହିନୀ ଜାପୋରିଜିଆ ଏବଂ ଚେର୍ନୋବିଲ୍‌ ପରମାଣୁ ଶକ୍ତି କେନ୍ଦ୍ରକୁ ନିୟନ୍ତ୍ରଣକୁ ନେଇଥିଲେ। ଲଗାତାର ୪ ସପ୍ତାହ ଧରି ରୁଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ପରମାଣୁ ଶକ୍ତି କେନ୍ଦ୍ରରେ ଆକ୍ରମଣ ଭୟ ବଢ଼ାଇଛି। ରୁଷ୍‌ ଚେର୍ନୋବିଲ୍‌ର ‘ରେଡିଓଆକ୍ଟିଭ୍‌‌ ୱେଷ୍ଟ୍‌ ପ୍ରୋସେସିଂ’ ଲ୍ୟାବ୍‌ ଧ୍ବଂସ କରି ଦେଇଥିବାରୁ ଆଗକୁ ଏଥିପାଇଁ ବିପଦ ବଢ଼ିବା ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe