ଚେତନ ଭଗତଙ୍କ ଅଭିଯୋଗ, ବିଧୁ ବିନୋଦ ଚୋପ୍ରାଙ୍କ ବ୍ୟବହାର ମତେ ଆତ୍ମହତ୍ୟାର ନିକଟତର କରାଇଥିଲା

Advertisment
ଚେତନ ଭଗତଙ୍କ ଅଭିଯୋଗ, ବିଧୁ ବିନୋଦ ଚୋପ୍ରାଙ୍କ ବ୍ୟବହାର ମତେ ଆତ୍ମହତ୍ୟାର ନିକଟତର କରାଇଥିଲା

Times of India

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର 'ଥ୍ରି ଇଡିଅଡ୍‌ସ'ର ପୁରସ୍କାର ଗ୍ରହଣ ବେଳେ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରାଙ୍କ ନିଷ୍ଠୁର ବ୍ୟବହାର ମତେ ଆତ୍ମହତ୍ୟା କଲାଭଳି ଅନୁଭବ ଆଣିଥିଲା ବୋଲି ପ୍ରଖ୍ୟାତ ଔପନ୍ୟାସିକ ଚେତନ ଭଗତ କହିଛନ୍ତି। ଗତ ସପ୍ତାହରେ ଦିବଂଗତ ସିନେ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ୍‌ ବେଚାରା'ର ଶୁଭମୁକ୍ତି ଅବସରରେ ବିଧୁଙ୍କ ପତ୍ନୀ ତଥା ସିନେ ସମୀକ୍ଷିକା ଅନୁପମା ଚୋପ୍ରା ସ୍ବର୍ଗତ ସୁଶାନ୍ତଙ୍କ ସମ୍ପର୍କରେ ନକାରାତ୍ମକ ଟିପ୍ପଣୀ ଦେଇଥିଲେ।

ଏଥିରେ ପ୍ରତିକ୍ରିୟା ରଖି ଚେତନ ଟ୍ବିଟରରେ ଅନୁପମାଙ୍କୁ କଡ଼ା ଭାଷାରେ କହିବା ସହ ତାଙ୍କ ସ୍ବାମୀ ବିଧୁଙ୍କ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ‘ତୁମ ସ୍ବାମୀ ଯେପରି ମତେ ବୋକା ବନେଇ ସର୍ବସାଧାରଣରେ ଅତି ନିର୍ଲଜ ଭାବେ 'ଥ୍ରି ଇଡିଅଡ୍‌ସ' ପାଇଁ ଶ୍ରେଷ୍ଠ ଗଳ୍ପର ପୁରସ୍କାର ହାତେଇଥିଲେ ସେତେବେଳେ ତୁମର ସମାଲୋଚନା କୁଆଡ଼େ ଗଲା ବୋଲି ଅନୁପମାଙ୍କୁ ସେ ପ୍ରଶ୍ନ କରିଛନ୍ତି। ତୁମ ସ୍ବାମୀଙ୍କର ସେଭଳି ବ୍ୟବହାର ମୋତେ ଆତ୍ମହତ୍ୟାର ନିକଟତର କରାଇଥିଲା’ ବୋଲି ସେ କହିଛନ୍ତି।

ସୂଚନା ଥାଉ କି, ଚେତନଙ୍କ ଲିଖିତ 'ଫାଇଭ୍‌ ପଏଣ୍ଟ୍‌ ସମଓ୍ୱାନ୍‌' ଉପରେ ପ୍ରଯୋଜିତ ଚଳଚ୍ଚିତ୍ର 'ଥ୍ରି ଇଡିଅଡ୍‌ସ' ୨୦୦୯ ମସିହାରେ ଅଭୂତପୂର୍ବ ସଫଳତା ସାଉଁଟିଥିଲା। ମାତ୍ର ଚଳଚ୍ଚିତ୍ରର ଚରିତ୍ର ବର୍ଣ୍ଣନାରେ ଚେତନଙ୍କୁ କୌଣସି ଶ୍ରେୟ ନଦେଇ କେବଳ ଚେତନଙ୍କ ଉପନ୍ୟାସ 'ଫାଇଭ୍‌ ପଏଣ୍ଟ୍‌ ସମ୍‌ଵାନ୍‌' ଉପରେ ପର୍ଯ୍ୟବସିତ ବୋଲି ଦର୍ଶାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe