କନ୍ନଡ ଅଭିନେତ୍ରୀ ମୃତ୍ୟୁ ଘଟଣା: ସେଟ୍ଟିସ୍‌ କସ୍‌ମେଟିକ୍‌ ସେଣ୍ଟରକୁ ନୋଟିସ୍‌ ଜାରି

Advertisment
କନ୍ନଡ ଅଭିନେତ୍ରୀ ମୃତ୍ୟୁ ଘଟଣା: ସେଟ୍ଟିସ୍‌ କସ୍‌ମେଟିକ୍‌ ସେଣ୍ଟରକୁ ନୋଟିସ୍‌ ଜାରି

India Ahead

ବେଙ୍ଗାଲୁର: ପ୍ଲାଷ୍ଟିକ୍‌ ସର୍ଜରି କରାଇ ୨୧ ବର୍ଷୀୟା କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କର ମୃତ୍ୟୁ ଘଟିବା ପରେ ସେ ସର୍ଜରି କରାଇଥିବା କସ୍‌ମେଟିକ୍‌ କ୍ଲିନିକ୍‌କୁ ନୋଟିସ୍‌ ପଠାଯାଇଛି। ଜାଣିବାକୁ ମିଳିଛି ଯେ ଚେତନା ସର୍ଜରି କରାଇଥିବା ସେଟ୍ଟିସ୍‌ କସ୍‌ମେଟିକ୍‌ ସେଣ୍ଟରକୁ ସର୍ଜିରି ପାଇଁ ଅନୁମତି ନଥିଲା। ଏହି ସେଣ୍ଟର୍‌କୁ‌ କେବଳ ପଲିକ୍ଲିନିକ୍ ଆଣ୍ଡ୍‌ ଡିସ୍‌ପେନ୍‌ସରି ପାଇଁ ଲାଇସେନ୍ସ ମିଳିଥିଲା। ସେ ବିନା ଅନୁମତିରେ କାହିଁକି ସର୍ଜରି କରୁଥିଲେ ବୋଲି ଏକ ଲିଖିତ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି ବେଙ୍ଗାଲୁର ଅର୍ବାନର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ। ଯଦି ସେ ଏ ନେଇ ସ୍ପଷ୍ଟୀକରଣ ନଦିଅନ୍ତି ତାଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଟ୍ବିଟ୍‌ ଯୋଗେ ସୂଚୀତ କରାଇଛନ୍ତି।

ଉଲ୍ଳେଖଯେଗ୍ୟେ, ପ୍ଲାଷ୍ଟିକ୍‌ ସର୍ଜରି କରାଇ ୨୧ ବର୍ଷୀୟା କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ନିଜକୁ ପତଳୀ କରାଇବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରି କରାଇବା ପରେ ସେ ଅସୁସ୍ଥ ହୋଇ ସୋମବାର ବେଙ୍ଗାଲୁରର ଏକ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହି ସର୍ଜରି ପରେ ତାଙ୍କ ଫୁସ୍‌ଫୁସ୍‌ରେ ପାଣି ଜମିଯିବାରୁ ସେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ। ଡାକ୍ତରୀ ଅବହେଳା ହେତୁ ଚେତନାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ବାପାମାଆ ଅଭିଯୋଗ ଆଣିିବା ପରେ ଏ ନେଇ ତଦନ୍ତ ଆରମ୍ଭ ହୋଇଛି।

ଚେତନା ନିଜ ମୋଟାପଣକୁ ନେଇ ଅସନ୍ତୋଷ ଥିବା କାରଣରୁ ଫ୍ୟାଟ୍‌-ଫ୍ରି ସର୍ଜରି କରାଇବାକୁ ସୋମବାର ବେଙ୍ଗାଲୁରର ରାଜାଜୀନଗରରେ ଥିବା ସେଟ୍ଟୀସ୍‌ କସ୍‌ମେଟିକ୍‌‌ ସେଣ୍ଟର୍‌ରେ ସର୍ଜରୀ ପାଇଁ ପହଞ୍ଚିଥିଲେ। ସେ ତାଙ୍କ ପରିବାର ଲୋକଙ୍କୁ ନଜଣାଇ ବନ୍ଧୁମାନଙ୍କ ସାଙ୍ଗରେ ସର୍ଜରି ପାଇଁ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe