ଛଟ୍‌ ପୂଜା ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ମନ୍ଦିର କାନ୍ଥ; ୨ ମହିଳା ମୃତ

Advertisment
ଛଟ୍‌ ପୂଜା ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ମନ୍ଦିର କାନ୍ଥ; ୨ ମହିଳା ମୃତ

Latestly

ପାଟନା: ଆଜି ଛଟ୍‌ ପୂଜା ଚାଲିଥିବା ବେଳେ ବିହାରର ସମସ୍ତିପୁର ଠାରେ ଘଟିଯାଇଛି ଏକ ଅଘଟଣ। ଛଟ୍‌ପୂଜା ଉଦ୍ଦେଶ୍ୟରେ ଏକ ନଦୀର ଘାଟରେ ନଦୀ ଜଳରେ ପ୍ରବେଶ କରି ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରୁଥିବା ବେଳେ ଘାଟ କୂଳରେ ଥିବା ଏକ ମନ୍ଦିରର କାନ୍ଥ ମହିଳାମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ପୂଜା କରୁଥିବା ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ବହୁ ମହିଳା ଆହତ ହୋଇଥିଲେ।

ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ବିହାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀ ଗର୍ଭରୁ ଆହତ ମହିଳାମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲକୁ କଠାଇଥିଲେ। ଏହି ଦୁର୍ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe