ମୁମ୍ବାଇ: ଛତ୍ରପତି ସମ୍ଭାଜୀନଗରର କବରାନଗର ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ମାଟିଖନନ ସମୟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାମ ମୁକୁନ୍ଦ ଡଗଡୁ ସାଲଭେ ଥିବା ଜଣାପଡ଼ିଛି। ଡଗଡ଼ୁଙ୍କ ମୃତ୍ୟୁ ସମୟର ହୃଦୟ ବିଦାରକ ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କୈଦ ହୋଇଛି।
ସୂଚନାଯୋଗ୍ୟ, ସାଲଭେ ଏବଂ ଅନ୍ୟ ଶ୍ରମିକମାନେ ଡ୍ରେନ୍ ପାଇଁ ମାଟି ଖୋଳିବାରେ ନିୟୋଜିତ ଥିଲେ। ହଠାତ୍ ଡ୍ରେନ୍ କାନ୍ଥର ଏକ ଅଂଶ ସାଲଭେଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଫଳରେ ସାଲଭେ ମାଟି ଗଦା ତଳେ ଚାପି ହୋଇ ଯାଇଥିଲେ ବାହାରିବାର ସୁଯୋଗ ପାଇ ନଥିଲେ।
Follow Us