ଛତିଶଗଡ଼ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା: ହଜାରେ କୋଟିର ସମ୍ପତ୍ତି ଜବତ କଲା ଇଡି

Advertisment

ଛତିଶଗଡ଼ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମାମଲାରେ ଚେନ୍ନାଇସ୍ଥିତ ଏକ କମ୍ପାନିର ପ୍ରାୟ ୧ହଜାର କୋଟି...

ଛତିଶଗଡ଼ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମାମଲାରେ ଚେନ୍ନାଇସ୍ଥିତ ଏକ କମ୍ପାନିର ପ୍ରାୟ ୧ହଜାର କୋଟି...

କୋଇଲା ମନ୍ତ୍ର‌ାଳୟର କାରଣଦର୍ଶାଅ ନୋଟିସ୍‌ର ଉତ୍ତର ଦେଇଛି ଓସିପିଏଲ୍‌

ନୂଆଦିଲ୍ଲୀ: ଛତିଶଗଡ଼ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମାମଲାରେ ଚେନ୍ନାଇସ୍ଥିତ ଏକ କମ୍ପାନିର ପ୍ରାୟ ୧ହଜାର କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଜାରି ସୂଚନାନୁସାରେ, ଛତିଶଗଡ଼ର ଫତେହପୁର (ପୂର୍ବ) କୋଇଲାଖଣି ମାମଲାରେ ଆର୍‌କେଏମ୍‌ ପାୱାର୍‌ଜେନ୍‌ ପ୍ରା ଲିଃ (ଆର୍‌କେଏମ୍‌ପିପିଏଲ୍‌) ଏବଂ ଏହାର ମାଲିକ ଅଣ୍ଡଲ ଅରୁମୁଗମ୍‌, ଏସ୍‌ ଅରୁମୁଗମ୍‌ ଓ ଅନ୍ୟ ଅଧିକାରୀମାନଙ୍କ ବାସଭବନ, କାର୍ଯ୍ୟାଳୟ, ଫାର୍ମ ହାଉସ୍‌ ଆଦି ଉପରେ ଚଢ଼ଉ କରାଯାଇଥିଲା। ପିଏମ୍‌ଏଲ୍‌ଏ ଅନୁସାରେ, ସେମାନଙ୍କ ୧ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।

ଏହା ମଧ୍ୟରେ ୯୧୨ କୋଟି ଟଙ୍କାର ସ୍ଥାୟୀ ଜମା, ମ୍ୟୁଚୁଆଲ୍‌ ଫଣ୍ଡ ଏବଂ ୮୮ କୋଟି ଟଙ୍କାର  ସ୍ଥାବର ସମ୍ପତ୍ତି ରହିଛି।  ଇଡିର ଅଭିଯୋଗଫର୍ଦ୍ଦ ଅନୁସାରେ, କୋଇଲା ଖଣିର ଆବଣ୍ଟନ ପରେ ସରକାରୀ ପାୱାର୍‌ ଫାଇନାନ୍‌ସ କର୍ପୋରେସନ୍‌ (ପିଏଫ୍‌ସି) ଠାରୁ  ଆର୍‌କେଏମ୍‌ପିପିଏଲ୍‌ ସହସ୍ରାଧିକ କୋଟି ଟଙ୍କା ଋଣ ଆଣିଥିଲା। ଏଥିରୁ ୩୮୦୦ କୋଟି ଟଙ୍କା ଯାନ୍ତ୍ରିକ ସରଞ୍ଜାମ କିଣିବା ସକାଶେ ଏକ ବିଦେଶୀ କମ୍ପାନି-ଏମ୍‌ଆଇପିପିର ଆକାଉଣ୍ଟକୁ ପଠାଯାଇଥିଲା।  ବାସ୍ତବରେ ଏହି ଏମ୍‌ଆଇପପି କମ୍ପାନି ଆର୍‌କେଏମ୍‌ପିପିଏଲ୍‌ର ଅଧୀନ ଏକ କମ୍ପାନି ଅଟେ।  ‌ଏହା ବ୍ୟତୀତ, ମାଲେସିଆର ମୁଦାଜୟା କର୍ପୋରେସନ୍‌କୁ ୨୪୦ କୋଟି ଟଙ୍କାରେ କମ୍ପାନିର ୨୬ ପ୍ରତିଶତ ସେୟାର୍‌ ବିକ୍ରି କରିଥିଲେ।  ଏମ୍‌ଆଇପିପିକୁ ଯନ୍ତ୍ରାଂଶ କିଣିବା ନିମନ୍ତେ ପଠାଯାଇଥିବା ଟଙ୍କାକୁ ବିନିଯୋଗ କରି ମୁଦାଜୟା କର୍ପୋରେସନ୍‌ ପୁଣି ଥରେ ମୂଳ କମ୍ପାନିର ସେୟାର କିଣିଥିବ‌ା ତଦନ୍ତରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe