ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟ କଂଗ୍ରେସ ମୁଖ୍ୟ ପଦର ଦାୟିତ୍ବ କଂଗ୍ରେସ ନେତା ମୋହନ ମର୍କମ୍ଙ୍କୁ ହସ୍ତାନ୍ତର କରିଛନ୍ତି। ଗତକାଲି ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୂପେଶ ମର୍କମଙ୍କୁ ସିପିସିସି ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲେ। ତେବେ ଭୁପେଶ ଏହି କାର୍ଯ୍ୟକ୍ରମରେ ବିଦାୟୀ ଭାଷଣ ଦେବାବେଳେ କାନ୍ଦି ପକାଇଥିଲେ। ଭାଷଣ ମାଧ୍ୟମରେ ସେ ସମସ୍ତ ଦଳୀୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ୨୦୧୩ ନିର୍ବାଚନ ହାରିବାପରେ ରାହୁଲ ଗାନ୍ଧୀ ତାଙ୍କୁ ଛତିଶଗଡ଼ କଂଗ୍ରେସ ମୁଖ୍ୟ ଦାୟିତ୍ବ ଦେଇଥିଲେ। କଠୋର ପରିଶ୍ରମ ବଳରେ ଗତବର୍ଷ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ହୋଇଥିଲା ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us