ନିଜ ସର୍ଭିସ୍‌ ରିଭଲଭରରୁ ଗୁଳି କରି ପତ୍ନୀଙ୍କୁ ହତ୍ୟା କଲା ପରେ ନିଜେ ଆତ୍ମହତ୍ୟା କଲେ ପୁଲିସ୍‌ କନେଷ୍ଟବଲ

Advertisment

News18

ଗାରିଆବନ୍ଦ (ଛତିଶଗଡ଼): ଜନୈକ ପୁଲିସ କନେଷ୍ଟବଲ ନିଜ ସର୍ଭିସ୍‌ ରିଭଲଭରରୁ ଗୁଳି କରି ନିଜ ପତ୍ନୀଙ୍କୁ ହତ୍ୟା କଲାପରେ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିବା ଘଣା ସମଗ୍ର ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂପୃକ୍ତ କନେଷ୍ଟବଳ ଜଣକ ଦେଢ଼ବର୍ଷ ତଳେ ବିବାହ କରିଥିଲେ ନିଜ ନିଜ ପତ୍ନୀଙ୍କ ସହ ଗାରିଆବନ୍ଦରେ ଏକ ଘର ଭଡ଼ା ନେଇ ରହୁଥିଲେ। ଆତ୍ମହତ୍ୟା କରିଥିବା କନେଷ୍ଟବଲଙ୍କ ନାମ ରମେଶ ସେନ୍‌ ଓ ତାଙ୍କ ପତ୍ନୀଙ୍କ ନାମ ଶୋଭା।

publive-image

ତେବେ, ରମେଶ କାହିଁକି ଏପରି କଲେ ସେ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଏସଂପର୍କରେ ପୁଲିସ୍‌ ପକ୍ଷରୁ ତଦନ୍ତ ଚାଲିଛି ବୋଲି ଗଣମାଧ୍ୟମକୁ କହିଛନ୍ତି ଗାରିଆବନ୍ଦର ଅତିରିକ୍ତ ଏସ୍‌ପି ସୁଖନନ୍ଦନ ସିଂହ ରାଠୋର। ମୃତ କନେଷ୍ଟବଲଙ୍କ ଘର ଛତିଶଗଡ଼ର କୋପରା ଗ୍ରାମରେ ଏବଂ ସେ ଗାରିଆବନ୍ଦ ଜେଲରେ କନେଷ୍ଟବଲ ରୂପେ ମୁତୟନ ଥିଲେ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ରାଠୋର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe