Image Source: India Today
ବିଜାପୁର: ଗୁରୁବାର ସକାଳେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ସମୟରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର (ସିଆର୍ପିଏଫ୍) ଜଣେ ପାରାମିଲିଟାରି ସୈନିକ ସହିଦ ହୋଇଛନ୍ତି।
ପାହାନ୍ତା ପ୍ରାୟ ୪ଟା ସମୟରେ ତୋଙ୍ଗୁଡ଼ା-ପାମେଡ ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା କଥା ଏସ୍ପି ଗୋବର୍ଦ୍ଧନ ଠାକୁର କହିଛନ୍ତି। ସିଆର୍ପିଏଫ୍ ଏବଂ ରାଜ୍ୟ ପୁଲିସ ଚଳାଇ ଥିବା ମିଳିତ କର୍ଡନ୍ ଆଣ୍ଡ୍ ସର୍ଚ ଅପରେସନ୍ ବେଳେ ଗୁଳି ବିନିମୟ ଘଟିଥିଲା।
Image Source: Zee Newsସହିଦ ଯବାନଜଣକ ହେଉଛନ୍ତି କାନ୍ତ ପ୍ରସାଦ ଏବଂ ସେ ୧୫୧ ବାଟାଲିୟନ୍ର।
ଗୁଳି ଚୋଟରେ କାନ୍ତ ପ୍ରସାଦ ସାଙ୍ଘାତିକ ଆହତ ହୋଇଥିଲେ। ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି।
ଗୁଳି ବିନିମୟ ଯୋଗୁଁ କେତେଜଣ ମାଓବାଦୀ ମଧ୍ୟ ମରିଥିବା ସନ୍ଦେହ କରାଯାଉଛି। ସମ୍ପୃକ୍ତ ଅଞ୍ଚଳରେ ନିରାପତ୍ତା ବଳ କମ୍ବିଙ୍ଗ୍ ଅପରେସନ୍ ଚଳାଇଛି।
Follow Us