ଛତିଶଗଡ଼ରେ ଚାଞ୍ଚଲ୍ୟ : ଗୁଣି ସନ୍ଦେହରେ ୫ ଜଣଙ୍କୁ ପିଟି ପିଟି ମାରିଦେଲେ

ଛତିଶଗଡ଼ର ସୁକମାରେ ଗୁଣି ଓ କଳାଯାଦୁ କରୁଥିବା ସନ୍ଦେହରେ ୫ ଜଣଙ୍କୁ ଲାଠିରେ ପିଟି ପିଟି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

witch

ସୁକମା: ଛତିଶଗଡ଼ର ସୁକମାରେ ଗୁଣି ଓ କଳାଯାଦୁ କରୁଥିବା ସନ୍ଦେହରେ ୫ ଜଣଙ୍କୁ ଲାଠିରେ ପିଟି ପିଟି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଏହି ଘଟଣା ଘଟିଛି କୋଣ୍ଟା ଥାନା ଅଧୀନ ଆଇତକଲ ଗାଁରୁ। ସମସ୍ତ ମୃତକ ଏଟିକଲ ଗ୍ରାମର ବାସିନ୍ଦା। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, କୋଣ୍ଟା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ ଗ୍ରାମର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି। କୋଣ୍ଟା ଥାନା ଅନ୍ତର୍ଗତ ଏକତାଲ ଗ୍ରାମରେ ଘଟିଥିବା ଏହି ଘଟଣା ରେ ମୃତକମାନେ ହେଲେ ମୌସମ କନ୍ନା (୩୪), ତାଙ୍କ ପତ୍ନୀ ମୌସମ ବିରି, ମୌସମ ବୁଚ୍ଛା (୩୪), ତାଙ୍କ ପତ୍ନୀ ମୌସମ ଆରଜୁ (୩୨) ଏବଂ ଅନ୍ୟ ଜଣେ ମହିଳା କାର୍କା ଲଛି (୪୩)। ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ହେଲେ ସଭାଲମ ରାଜେଶ (୨୧), ସବଲମ ହିଡମା, କରମ ସତ୍ୟମ୍ (୩୫), କୁଞ୍ଜମ ମୁକେଶ (୨୮) ଓ ପୋଡିୟମ୍ ଏଙ୍କା। ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। 

ରାଜ୍ୟରେ ଏହିପରି ଏକ ଘଟଣା ଗତ ଗୁରବାର ଘଟିଥିଲା । ରାଜ୍ୟର ବାଲୋଦାବଜାର-ଭାଟପଡ଼ା ଜିଲ୍ଲାରେ ଜଣେ ୧୧ ମାସର ଶିଶୁ ସମେତ ଗୋଟିଏ ପରିବାରର ୪ ଜଣଙ୍କୁ ଯାଦୁ ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe